ବଲାଙ୍ଗିର, 2 ସେପ୍ଟେମ୍ବର (ହି.ସ.)
ବିହାରରେ କଂଗ୍ରେସର କାର୍ଯ୍ୟକ୍ରମ ବେଳେ କଂଗ୍ରେସର ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ନାମରେ ଅପଶବ୍ଦ କହି ଅସମ୍ମାନ କରିଥିଲେ l ଏହି ଘଟଣାକୁ ନେଇ ବିଜେପି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି l ସେହିକ୍ରମରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷ୍ୟରୁ ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଜିଲ୍ଲା ଯୁବମୋର୍ଚାର ସଭାପତି ଅମରଜିତ ପଟେଲଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ବିକ୍ଷୋଭରେ ବିଜେପିର ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ , ମହିଳା ମୋର୍ଚା ସଭାନେତ୍ରୀ ରଞ୍ଜିତା ପାଣିଗ୍ରାହୀ,କାଉନ୍ସିଲର ହରିଶଙ୍କର ଛତ୍ତ୍ରୀଆ, ପୀତାମ୍ବର ଖମାରି, ଶ୍ରୀକାନ୍ତ ଜାଲ, ଦିନେଶ ଶର୍ମା, ରାଜକିଶୋର ନାଏକ, ସୁରେନ୍ଦ୍ର ପଣ୍ଡା , ଅପ୍ରମିତ ପରିଛା, ଦେବବ୍ରତ ନିନା, ପାର୍ଥ କରନ, ଲଲିତ ଶର୍ମା, ଅଙ୍କିତ ସିଂହଦେଓ, ମିଟୁ ସିଂହଦେଓ, ସୁଶୀଲ ପଧାନ ଓ ଚୂଡାମଣି ବାରିକ ପ୍ରମୁଖ ଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l
ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ବହୁ ବର୍ଷ ହେଲା କ୍ଷମତା ରୁ ବାହାରେ ରହିଥିବାରୁ ରାହୁଲ ଗାନ୍ଧୀ ମାନସିକ ଭାରସାମ୍ୟ ହରାଇ ସାରିଛନ୍ତି l ମା କୁ ସମ୍ମାନ ଦେବା ବଦଳରେ ଅପମାନ ଦେଇଛନ୍ତି l ରାହୁଲ ଏଭଲି ହୀନ ମାନସିକତାକୁ ଦେଶ ବାସୀ କେବେ ମଧ୍ୟ ଗ୍ରହଣ କରିବେ ନାହିଁ ବୋଲି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ