ସେପ୍ଟେମ୍ବର ୧୩ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ
ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଆସନ୍ତା ସେପ୍ଟେମ୍ବର ମାସ ୨୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଭଦ୍ରକ, ନଳାଙ୍ଗସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, ବି.ଏସ୍‌.ଏନ୍‌.ଏଲ୍‌., ଟି.ପି.ଏନ୍‌. ଓ ଡ଼ି.ଏଲ୍ (ବିଦ୍ୟୁତବିଭାଗ), ଅର୍ଥ ଲ
ସେପ୍ଟେମ୍ବର ୧୩ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ


ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଆସନ୍ତା ସେପ୍ଟେମ୍ବର ମାସ ୨୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଭଦ୍ରକ, ନଳାଙ୍ଗସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, ବି.ଏସ୍‌.ଏନ୍‌.ଏଲ୍‌., ଟି.ପି.ଏନ୍‌. ଓ ଡ଼ି.ଏଲ୍ (ବିଦ୍ୟୁତବିଭାଗ), ଅର୍ଥ ଲଗାଣ ସଂସ୍ଥା ତଥା ବୀମା ସଂସ୍ଥାର ଅଧିକାରୀମାନଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉପରୋକ୍ତ ବିଭାଗର କର୍ମଚାରୀମାନେ ଉକ୍ତ ବୈଠକରେ ସେମାନଙ୍କ ଦ୍ୱାରା ପକ୍ଷମାନଙ୍କୁ ଜାରିକରାଯାଇଥିବା ନୋଟସି୍ ସମ୍ବନ୍ଧରେ ଏବଂ କେସ୍ ଗୁଡ଼ିକର ପ୍ରାକ୍ ମୋକଦ୍ଦମା ବିଷୟରେ ଆଲୋଚନା କରି ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବଙ୍କୁ ପୂଣ୍ୟଶ୍ଲୋକ ରଥଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇଥିଲେ । ସଚିବ ଶ୍ରୀ ରଥ ଏହି ପ୍ରସ୍ତୁତି ବୈଠକର ପରିଚାଳନା କରିଥିଲେ ଏବଂ ଆସନ୍ତା ରାଷ୍ଟ୍ରୀୟ ଲୋକ ଅଦାଲତରେ କିପରି ଅଧିକରୁ ଅଧିକ କେସ୍‌ର ଫଇସଲା କରିବା ନିମନ୍ତେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ । ତେଣୁ ଜନସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନହୋଇ ହୋର ସୁଯୋଗ ନେଇ ଯେପରି ଅଧିକରୁ ଅଧିକ ଲୋକ ଏହି ଲୋକ ଅଦାଲତ ଦ୍ୱାରା ଉପକୃତ ହୋଇପାରିବେ ଏ ନେଇ ସଚିବ ଶ୍ରୀ ରଥ ଆଶା ପୋଷଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande