ଗଞ୍ଜାମ ଜିଲ୍ଲାରେ ସାରର ଘୋର ଅଭାବ, ଚାଷୀଙ୍କ‌ ଅସନ୍ତୋଷ
ଗଞ୍ଜାମ, ୨ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାରେ ଧାନ ରୁଆ ବେଉଷଣ ସରିଛି। ବର୍ତମାନ ଚାଷୀଙ୍କୁ ସାର ବ୍ୟାପକ ଆବଶ୍ୟକ ଥିବା ବେଳେ ସାର ନପାଇ‌ ଚାଷୀ‌ ହତାଶ‌ ହୋଇଛନ୍ତି। ସକାଳୁ ସନ୍ଧ୍ୟା ଯାଏ ସେବା‌ ସମଵାୟ‌ ସମିତି ଓ ଅନ୍ୟାନ୍ଯ ‌ସାର ବିକ୍ରୟ କେନ୍ଦ୍ରରେ ଧାଡି ବାନ୍ଧି ଠିଆହୋଇ ନିରାଶରେ ଘରକୁ ଫେରୁ
ଗଞ୍ଜାମ ଜିଲ୍ଲାରେ ସାରର ଘୋର ଅଭାବ, ଚାଷୀଙ୍କ‌ ଅସନ୍ତୋଷ


ଗଞ୍ଜାମ, ୨ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାରେ ଧାନ ରୁଆ ବେଉଷଣ ସରିଛି। ବର୍ତମାନ ଚାଷୀଙ୍କୁ ସାର ବ୍ୟାପକ ଆବଶ୍ୟକ ଥିବା ବେଳେ ସାର ନପାଇ‌ ଚାଷୀ‌ ହତାଶ‌ ହୋଇଛନ୍ତି। ସକାଳୁ ସନ୍ଧ୍ୟା ଯାଏ ସେବା‌ ସମଵାୟ‌ ସମିତି ଓ ଅନ୍ୟାନ୍ଯ ‌ସାର ବିକ୍ରୟ କେନ୍ଦ୍ରରେ ଧାଡି ବାନ୍ଧି ଠିଆହୋଇ ନିରାଶରେ ଘରକୁ ଫେରୁଛନ୍ତି। ସାର‌ ଅଭାବରୁ ଧାନ‌ଫସଲ ଊଧେଇ ପାରୁନାହିଁ । ସାର ପାଇଁ ଚାଷୀ ମହଲରେ ହାହାକାର ସୃଷ୍ଟି ହୋଇଛି, ଚାଷୀମାନେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଗତକାଲି ଠାରୁ ସାରଅଭାବକୁ ନେଇ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆରମ୍ଭ ହୋଇଛି।‌ ଗଞ୍ଜାମ ଜିଲାରେ ସାରର କୃତ୍ରିମ ଅଭାବ ସୃଷ୍ଟି ହେଉଛି ବୋଲି ଚାଷୀମାନେ ଦାବି କରିଛନ୍ତି। କାରଣ ସାରର ନିର୍ଦ୍ଧାରୀତ ଦରଠାରୁ ତିନିଗୁଣା ଅଧିକ ଦେଲେ ଚୋରାରେ ସାର ମିଳୁଛି। ସରକାର ଏହି କଳାବଜାରକୁ ରୋକିପାରୁ ନଥିଵା‌ ଅଭିଯୋଗ ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande