ଆଇନ ସଚେତନତା ଶିବିର
ଜୟପୁର, ୨ ସେପ୍ଟେମ୍ବର (ହି.ସ.) - ସୋସିଆଲ ମିଡିଆ ପ୍ଲାଟଫର୍ମର ସୁରକ୍ଷା ଏବଂ ସାଇବର ଆଇନ ଏବଂ ପ୍ରବାସୀ ଶ୍ରମିକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ତରଫରୁ ଆଜି ବାରିଣିପୁଟ ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ଆଇନ ସଚେତନତା ଶିବିର ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ
ଆଇନ ସେଚେତନତା ଶିବିର


ଆଇନ ସେଚେତନତା ଶିବିର


ଜୟପୁର, ୨ ସେପ୍ଟେମ୍ବର (ହି.ସ.) - ସୋସିଆଲ ମିଡିଆ ପ୍ଲାଟଫର୍ମର ସୁରକ୍ଷା ଏବଂ ସାଇବର ଆଇନ ଏବଂ ପ୍ରବାସୀ ଶ୍ରମିକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ତରଫରୁ ଆଜି ବାରିଣିପୁଟ ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ଆଇନ ସଚେତନତା ଶିବିର ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜତା ସଚିବ ତଥା ବିଚାରପତି ଜିଲ୍ଲା ଆଇନ ସେବାପ୍ରାଧିକରଣ, କୋରାପୁଟ-ଜୟପୁର ଯୋଗଦେଇଥିଲେ। ଅନ୍ୟ ଅତିଥିଗଣ ମଧ୍ୟରେ ଡଃ. ବି ଗାୟତ୍ରୀ ଦେବୀ ସ୍ପେସିଆଲ ପି.ପି. ପୋକ୍ସ କୋର୍ଟ। ଭବାନୀ ପ୍ରଧାନ, ଡି.ଏସ.ପି ସାଇବର ଥାନା କୋରାପୁଟ, ଅନନ୍ତ ମୁଦୁଲି, ରାମେଶ୍‌ହରୀ ହିକକା, ସହକାରୀ ଶ୍ରମ ଅଧିକାରୀ, ଜୟପୁର,ବାରିଣିପୁଟ ଗ୍ରାମପ଼ଂଚାୟତ କାହ୍ନୁ ଚରଣ ଦଣ୍ଡସେନା, ପି.ଓ, ପଦମା ନନ୍ଦିବାଲି, ସରପଂଚ ଯୋଗଦେଇଥିଲେ। ସାଧାରଣ ଜନତାଙ୍କ ପାଇଁ ସାଇବର ସୁରକ୍ଷା ବିଷୟରେ କହିଥିଲେ ଯେ ସର୍ବଦା ଜଟିଳ ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ ପାସୱାର୍ଡକୁ କଦାପି ଅନ୍ୟଆଗରେ ପ୍ରକାଶ କରନ୍ତୁ ନାହିଁ। ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ, ଅନଲାଇନ୍‌ରେ ବ୍ୟାଙ୍କିଙ୍ଗି, ସଫି ଇତ୍ୟାଦି ପାଇଁ ସର୍ବସାଧାରଣ କମ୍ପୁଟର ବ୍ୟବହାର କରନ୍ତୁ ନାହିଁ, ଅନଲାଇନ ଆର୍ôଥକ କାରବାରରେ ସତର୍କତା ରୁହନ୍ତୁ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଯୋଗଦେଇଥିବା ଅଧିକାରୀ କହିଥିଲେଯେ ଶ୍ରମ ଆଇନର ଅପ୍ରାପ୍ତ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟକାରୀତା ଯୋଗୁଁ ପ୍ରବାସୀ ଶ୍ରମିକମାନେ ପ୍ରାୟତଃ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି, ଯାହା ଫଳରେ ଅନୁଚିତ ମଜୁରୀ, ଅସୁରକ୍ଷିତ କାର୍ଯ୍ୟ ପରିସ୍ଥିତି, ସାମାଜିକ ସୁରକ୍ଷାର ଅଭାବ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇବାରେ ଅସୁବିଧା ଭଳି ସମସ୍ୟା ଉପୁଜେ। ଅନେକ ପ୍ରବାସୀ ଶ୍ରମିକ ଚାକିରିର ଅନୌପଚାରିକ ପ୍ରକୃତି ଏବଂ ପ୍ରବାସ ଢାଂଚା ଉପରେ ବ୍ୟାପକ ତଥ୍ୟର ଅଭାବ ଯୋଗୁଁ ଏହି ସମସ୍ୟାଗୁଡ଼ିକ ଆହୁରି ବଢ଼ିଯାଏ। ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଥିବା ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଏବଂ ସେବା ସର୍ତାବଳୀ) ଆଇନ, ୧୯୭୯, ପ୍ରାୟତଃ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୁଏ ନାହିଁ, ଯାହା ଫଳରେ ଅନେକ ଶ୍ରମିକ ଦୁର୍ବଳ ହୋଇପଡ଼ନ୍ତି। ନିଜ ରାଜ୍ୟ ନିଜ ଇଟାମାଟି ଛାଡି ଯେଉଁ ମାନେ ବାହାର ରାଜ୍ୟ କୁ ଯାଇ ଶ୍ରମିକ ଭାବରେ ବିଭିନ୍ନ କାରଖାନା ମାନଙ୍କ ରେ କାମ କରିଥାନ୍ତି କିନ୍ତୁ ଯେତେବେଳେ ସେଠି ଠକାମିର ଶିକାର ହୁଅନ୍ତି କିମ୍ବା ଆକଷ୍କିକ ଭାବରେ ମୃ୍‌ତ୍ୟୁବରଣ କରନ୍ତି ସେତେବେଳେ ବହୁତ ଅସୁବିଧା ସମ୍ମୁଖିନ ହୋଇଥାନ୍ତି । କାରଣ ସେମାନେ ଜାଣିବା ଉଚିତ ଯେ ସରକାରଙ୍କ ନିୟମ ଅନୁସାରେ ପ୍ରଥମେ ନିଜନାମ ଜିଲ୍ଲା ଶ୍ରମ ଅଧିକାର କାର୍ଯ୍ୟାଳୟରେ ପଞ୍ଜିକୃତ କରିବା ଉଚିତ ଏବଂ ନିଜର ସଂକ୍ଷିପ୍ତ ବିବରଣୀ ସହିତ କେଉଁ ଠିକାଦାର, କମ୍ପାନୀ ମାଲିକ ଇତ୍ୟାଦି ଜିଲ୍ଲା ଶ୍ରମଅଧିକାରୀଙ୍କ ନିକଟରେ ଜଣାଇବା ଆବଶ୍ୟକ ଅଟେ। ବିନା ପଞ୍ଜିକରଣରେ କାହାସହିତ କେବେ ମଧ୍ୟ ବାହାର ରାଜ୍ୟକୁ କାମ ଅନ୍ୱେଷଣ ଯିବା ଅନୁଚିତ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande