ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ - ସୁରେଶ ପୁଜାରୀ
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.) ରାଜ୍ୟରେ ଲଗାତାର ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢିଛି । ହେଲେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୂଚନା ଦେଇଛନ୍ତି । ସେ କହିଛନ
ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ - ସୁରେଶ ପୁଜାରୀ


ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.) ରାଜ୍ୟରେ ଲଗାତାର ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢିଛି । ହେଲେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ପାଣିପାଗ ବିଭାଗର ଆକଳନ ଅନୁସାରେ 1 ରୁ 5 ତାରିଖ ଲଘୁଚାପ ସୃଷ୍ଟି ହେବ । ଆଜି ସକାଳ 5.30 ରେ ବଙ୍ଗୋପ ସାଗରର ଉତ୍ତର ପଶ୍ଚିମ ଦିଗରେ ଲଘୁଚାପ ସୃଷ୍ଟି ହୋଇଛି । ଏହି କାରଣରୁ ଓଡ଼ିଶାର 30 ଜିଲ୍ଲା ରେ 40ରୁ 45 କିମି ପବନ ସହ ବର୍ଷା ହେବ ।

ସେ କହିଛନ୍ତି ଯେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁରଓ ଦେଓଗଡ ଜିଲ୍ଲା ପାଇଁ ୱାର୍ଣ୍ଣି ଜାରି ହୋଇଥିଲା । ଅଧିକ ବର୍ଷା ପାଇଁ ମାଲକାନଗିରି, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର ପାଇଁ ୱାର୍ଣ୍ଣି ଥିଲା | ଆଗୁଆ ସତର୍କ ଥିଲା, ବର୍ଷା ପବନ ସବୁ ଜିଲ୍ଲା ରେ ହେଉଛି | 8.30 ସୁଦ୍ଧା ମାତ୍ର 15ମିମି ବର୍ଷା ହୋଇଛି । କେନ୍ଦୁଝର ରେ 215 ମିମି ବର୍ଷା ରେକର୍ଡ ହୋଇଛି । ବିଭିନ୍ନ ନଦୀର ଜଳ ପତନ ବଢ଼ିବାରେ ଲାଗିଛି କିନ୍ତୁ ବିପଦ ସଂକେତ ପାରି ହୋଇନାହଁଁ । ହୀରାକୁଦ ବନ୍ଦ ରେ ପାଣି ସଂରକ୍ଷଣ କରାଯାଉଛି ଗେଟ ଖୋଲା ଯାଇନାହିଁ | ମହାନଦୀ ରେ ବିପଦ ନାହିଁ | ବୁଢାବଲଙ୍ଗ ରେ ୱାର୍ଣ୍ଣି ଲେବଲ ବଢୁଛି, ଜାଲକା ରେ ବଢୁଛି | 2 ଟି ଜିଲ୍ଲା ବାଲେଶ୍ୱର ଓ ମାଲକାନଗିରି ବ୍ୟାପକ ପ୍ରଭାବିତ ହୋଇଛି । ମାଲକାନଗିରି ରେ ବ୍ୟାପକ ବର୍ଷା ଯୋଗୁଁ 2 ଟି ବ୍ରିଜ ଉପରେ ପାଣି ଯାଉଛି | ବାଲେଶ୍ୱର ରେ ପ୍ରଭାବିତ ହୋଇଛି | ଆଗାମୀ 5 ତାରିଖ ପର୍ଯ୍ୟନ୍ତ ବର୍ଷା, ପବନ ହେବ । ରିଲିଫ ସେଣ୍ଟର କୁ ଆଣିବା ସ୍ଥିତି ଉପନ୍ନ ହୋଇନାହିଁ । ରିଲିଫ ପ୍ରସ୍ତୁତ ଅଛି | ଗାଁ ଛାଡି ରିଲିଫ ସେଣ୍ଟର କୁ ଆସନ୍ତୁ ସମସ୍ତ ସୁବିଧା ଦିଆଯିବ । କ୍ଷତି ଗ୍ରସ୍ତ ହେଲେ ସରକାର କ୍ଷତି ପୂରଣ ଦେବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande