ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.) ୨୦୨୭ ନିର୍ବାଚନରେ ଜିତି ୨୦୨୯ ରେ ସରକାର କୁ ଫେରିବାର ବିଜେଡି ଦାବି କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କଟାକ୍ଷ କରିଛନ୍ତି ।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ପୁଜାରୀ କହିଛନ୍ତି ଯେ, ବିଜେଡି ନିଜ ଦଳକୁ ସଂଗଠିତ କରିବା ପାଇଁ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନର ଡ଼ାକରା ଦେଉଛି । କ୍ଷମତା ରୁ ଗଲାପରେ ରାତିରେ ସେମାନଙ୍କୁ ନିଦ ହଉନି । ତାଙ୍କର କେବଳ ଗୋଟିଏ ଚିନ୍ତା ଓ ଲକ୍ଷ୍ୟ ନିର୍ବାଚନ । ସେମାନେ ନିର୍ବାଚନ ଛଡ଼ା ଆଉ କିଛି କାର୍ଯ୍ୟ କରନ୍ତି ନାହିଁ । ସରକାର ରେ ଥିବା ବେଳେ କିଛି କାମ କଲେ ନାହିଁ । ଯେଉଁଥି ପାଇଁ ୨୦୨୪ ରେ ଲୋକେ ଅସଲ ଚେହେରା ଚିହ୍ନି କି ଉଚିତ ଜବାବ ଦେଲେ । ଆଉ ରହିଲା ସରକାର ବିରୁଦ୍ଧରେ ଆନ୍ଦୋଳନ କରିବା କଥା କରନ୍ତୁ କିଛି ଆପତ୍ତି ନାହିଁ । କିନ୍ତୁ ଯାହାର ଆନ୍ଦୋଳନ କରିବାର ଅଛି କରିବ । ମାତ୍ର ଏମିତି କହିହେବାର ଅର୍ଥ କଣ ସମସ୍ତେ ବୁଝୁଛନ୍ତି । ସେମାନେ ନିଜ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି କରନ୍ତୁ କିନ୍ତୁ ମୁଁ ଓ ଆମ ସରକାର ଓଡ଼ିଶା ବାସୀଙ୍କ ସେବା କରିବା କାର୍ଯ୍ୟ ରେ ଲାଗିଛୁ ଓ ଲାଗିବୁ । କେବଳ ଏତିକି କହିବି ପାଣିରେ ବୁଡୁଥିବା ଲୋକର ଗୋଡ଼ ତଳକୁ ତଳକୁ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ