ଥାନା ଅଧିକାରୀକୁ ସାକ୍ଷାତ କଲେ ଭାରତୀୟ ମାନବାଧିକାର ପରିଷଦ ସଦସ୍ୟ
ଘଟଗାଁ, ୨ ସେପ୍ଟେମ୍ବର (ହି.ସ.) - ଘଟଗାଁରେ ଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ଯୋଡ଼ା ଥାନାକୁ ବଦଳି ହେବା ପରେ ଘଟଗାଁ ଥାନାକୁ ନୂତନ ଥାନା ଅଧିକାରୀ ଭାବେ ପୂର୍ବରୁ ଥିବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ପୁନର୍ବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜେନା ଦାୟିତ୍ୱ ଭାର ଗ୍ରହଣ
ଥାନା ଅଧିକାରୀକୁ ସାକ୍ଷାତ କଲେ ଭାରତୀୟ ମାନବାଧିକାର ପରିଷଦ ସଦଶ୍ୟ


ଘଟଗାଁ, ୨ ସେପ୍ଟେମ୍ବର (ହି.ସ.) - ଘଟଗାଁରେ ଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ଯୋଡ଼ା ଥାନାକୁ ବଦଳି ହେବା ପରେ ଘଟଗାଁ ଥାନାକୁ ନୂତନ ଥାନା ଅଧିକାରୀ ଭାବେ ପୂର୍ବରୁ ଥିବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ପୁନର୍ବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜେନା ଦାୟିତ୍ୱ ଭାର ଗ୍ରହଣ କରିବା ପରେ ଭାରତୀୟ ମାନବାଧିକାର ପରିଷଦ ଘଟଗାଁ ଶାଖା ସଭାପତି ଧରଣୀ ପାତ୍ର, କାର୍ଯ୍ୟ ନିର୍ବାହୀ ସଭାପତି ତ୍ରିଲୋଚନ ପାତ୍ର, ସମ୍ପାଦକ ପ୍ରଦୀପ ଦାସ, କୋଷାଧକ୍ଷ ମହେନ୍ଦ୍ର ପାତ୍ର ପ୍ରଭୂତି ଏକତ୍ରିତ ହୋଇ ପୁଷ୍ପ ଗୋଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରିଥିଲେ। କେନ୍ଦୁଝର ଜିଲ୍ଲାର ପ୍ରମୁଖ ତ୍ରିର୍ଥ ସ୍ଥଳୀ ଘଟଗାଁ ମା ତାରିଣୀ ପୀଠ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ବେଶ ପ୍ରସିଦ୍ଧ ହୋଇଥିବାରୁ ଏଠାକୁ ପ୍ରତେକ ଦିନ ମା ଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ଆସିଥାନ୍ତି। ମା ଙ୍କ ଦର୍ଶନ ସାରି ପ୍ରାକୃତିକ ସୌନ୍ଦର?୍ୟ୍ୟ ଭରା ଗୁଣ୍ଡିଚା ଘାଗି ଜଳପ୍ରପାତ ର ଆନନ୍ଦ ନେଇ ଥାନ୍ତି।ଘଟଗାଁ ଭଳି ସମ୍ବେଦନଶୀଳ ଜାଗାରେ ଶାନ୍ତି ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବା ସହ ଟ୍ରାଫିକ ସମସ୍ୟା ଦୂର କରିବା ଉପରେ ଭାରତୀୟ ମାନବାଧିକାର ପରିଷଦ ସଦସ୍ୟ ମାନେ ପୁଙ୍ଖାନୁ ପୁଙ୍ଖ ନୂତନ ଥାନା ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande