ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ବିଜୟାନନ୍ଦ ପଟ୍ଟନାୟକ ଆଇ କେୟାର ସେଣ୍ଟରରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ସୁବିଧା ଶୁଭାରମ୍ଭ
କେନ୍ଦୁଝର, 2 ସେପ୍ଟେମ୍ବର (ହି.ସ.) ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ (ଟିସିଆଇଟି) ଓ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ (ଏଲଭିପିଇଆଇ) ସହ ସହଭାଗିତା ରେ କେନ୍ଦୁଝର ସହର ର ବିଜୟାନନ୍ଦ ପଟ୍ଟନାୟକ ଆଇ କେୟାର ସେଣ୍ଟର (ବିଏନପିଇସି) ଠାରେ ଅତ୍ୟାଧୁନ
ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ବିଜୟାନନ୍ଦ ପଟ୍ଟନାୟକ ଆଇ କେୟାର ସେଣ୍ଟରରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ସୁବିଧା ଶୁଭାରମ୍ଭ


କେନ୍ଦୁଝର, 2 ସେପ୍ଟେମ୍ବର (ହି.ସ.) ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ (ଟିସିଆଇଟି) ଓ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ (ଏଲଭିପିଇଆଇ) ସହ ସହଭାଗିତା ରେ କେନ୍ଦୁଝର ସହର ର ବିଜୟାନନ୍ଦ ପଟ୍ଟନାୟକ ଆଇ କେୟାର ସେଣ୍ଟର (ବିଏନପିଇସି) ଠାରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ର ଶୁଭାରମ୍ଭ ମଙ୍ଗଳବାର କରାଯାଇଛି।

ଏହି ଅବସରରେ ଆୟୋଜିତ ସମାରୋହରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (କେନ୍ଦୁଝର) ପ୍ରଦୀପ କୁମାର ମିଶ୍ର, ଟାଟା ସନ୍ସ ଅଧୀନସ୍ଥ ଟାଟା ସଷ୍ଟେନେବିଲିଟି ଗ୍ରୁପ୍‌ର ସୋସିଆଲ ସର୍ଭିସେସ୍‌ କ୍ଳଷ୍ଟର ମୁଖ୍ୟ ଶ୍ରୀରଙ୍ଗ ଧବାଲେ, ଟାଟା ଷ୍ଟିଲ ଯୋଡା ଚିଫ ରାଜେଶ କୁମାର, ଟି ସି ଏସ୍ ଡେଲିଭେରି ସେଣ୍ଟର ହେଡ୍ ବିଭୁ ପଣ୍ଡା, ଟାଟା ଷ୍ଟିଲ୍ ଫାଉଣ୍ଡେସନ ର ଯୋଡା କ୍ଳଷ୍ଟର ମୁଖ୍ୟ ରବିନ୍ଦ୍ର କୁମାର, ଏଲ୍‌ଭିପିଇଆଇର ପବ୍ଲିକ୍ ହେଲ୍‌ଥ ନେଟ୍‌ୱର୍କ ଡାଇରେକ୍ଟର ଡକ୍ଟର ରୋହିତ ଖାନ୍ନା, ଚିଫ ହ୍ୟୁମାନ୍ ରିସୋର୍ସ (ଟି ଏସ୍ ଏଫ୍) ସୁଧୀର ସିଂ ଙ୍କ ସହ ଟାଟା ଷ୍ଟିଲ ଏବଂ ଟି ଏସ୍ ଏଫ୍ ର ବହୁ ଅଧିକାରୀ ଓ ଏଲ୍ ଭି ପ୍ରସାଦ ଚିକିତ୍ସାଳୟ ର ବହୁ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦୁଝର ଓ ଆଖପାଖ ଜିଲ୍ଲାର ଲୋକମାନଙ୍କୁ ସେବା ପ୍ରଦାନ କରୁଥିବା ବିଜୟାନନ୍ଦ ପଟ୍ଟନାୟକ ଆଇ କେୟାର ସେଣ୍ଟର ‌କୁ ୧୩ ଗୋଟି ଅତ୍ୟାଧୁନିକ ଅସ୍ତ୍ରୋପଚାର ଓ ନିଦାନ ଉପକରଣ ପ୍ରଦାନ କରାଯାଇଛି। ଏଥିରେ ଫାକୋ ମେସିନ, ସର୍ଜିକାଲ ମାଇକ୍ରୋସ୍ପୋକ୍‌, ମୋତିଆବିନ୍ଦୁ ଅସ୍ତ୍ରୋପଚାର ସେଟ୍‌, ପୋର୍ଟେବଲ ସ୍ଲିଟ୍ ଲ୍ୟାମ୍ପ୍‌, ଗୋଟିଏ ଭିଜନ ମନିଟର ଓ ଜରୁରୀକାଳୀନ ଉପକରଣ ଅନ୍ତର୍ଭୁକ୍ତ I ଭିତ୍ତିଭୂମିରେ କରାଯାଇଥିବା ଉନ୍ନତି ମାଧ୍ୟମିକସ୍ତରର ଚକ୍ଷୁ ଯତ୍ନ ସେବାକୁ ସୁଦୃଢ଼ କରାଯିବା ସହ ମୋତିଆବିନ୍ଦୁ ଜନିତ ଅନ୍ଧତ୍ୱର ପ୍ରତିଷେଧକମୂଳକ ମୁକାବିଲା କରାଯାଇପାରିବ।

ଏହି ସୁବିଧା ଟାଟା ଷ୍ଟିଲ ଫାଉଣ୍ଡେସନର କାର୍ଯ୍ୟକ୍ଷେତ୍ର ଯଥା କଳିଙ୍ଗନଗର, ବ୍ରାହ୍ମଣୀପାଳ, ସୁକିନ୍ଦା ଓ ଯୋଡ଼ା ପର୍ଯ୍ୟନ୍ତ ସମ୍ପ୍ରସIରିତ। ଏହି ଉନ୍ନତମାନର ସେବା କୁ ଆସନ୍ତା ତିନି ବର୍ଷରେ ୧୦ ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ସହ ପ୍ରାୟ ୨,୨୫୦ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଅବସରରେ ଶ୍ରୀ ପ୍ରଦୀପ କୁମାର ମିଶ୍ର କହିଲେ,ମୋର ଦୃଢ ବିଶ୍ବାସ ଏହି ଅତ୍ୟାଧୁନିକ ସେବା ଦ୍ୱାରା ଆଖପାଖ ଅଞ୍ଚଳର ବହୁ ଲୋକେ ଉପକୃତ ହେବେ I ଏଥିପାଇଁ ମୁଁ ଟାଟା ଗ୍ରୁପ କୁ ସାଧୁବାଦ ଜଣାଉଛି I

ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌)ର ସିଇଓ ସୌରଭ ରୟ କହିଛନ୍ତି ଯେ, “ଟାଟା ଷ୍ଟିଲ ଫାଉଣ୍ଡେସନ ବହୁ ଦିନରୁ କେନ୍ଦୁଝର ଜିଲ୍ଲାରେ ରୂପାନ୍ତର ଆଣିବା ଏବଂ ଶିକ୍ଷା ଓ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ମଡେଲ୍ ଉପରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛି। ଫାଉଣ୍ଡେସନ ଆକାଂକ୍ଷୀ ବ୍ଲକ୍ ଓ ଜିଲ୍ଲାରେ ସହଯୋଗିତାଭିତ୍ତିକ ସମାଧାନ ଏବଂ ସମୟାନୁଯାୟୀ ଏକ ଢ଼ାଂଚା ଜରିଆରେ ଐତିହାସିକ ସାମାଜିକ ଆହ୍ୱାନର ମୁକାବିଲା କରିବା ଏବଂ ବାସ୍ତବ ପ୍ରଭାବ ସୃଷ୍ଟି କରିପାରିଛି। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ପବ୍ଲିକ ସିଷ୍ଟମକୁ ଲୋକଙ୍କ ନିକଟରେ ପହଂଚାଇ ସମ୍ଭାବନା ଓ ଜନ ଅଧିକାରକୁ ଜାଗ୍ରତ କରିବାକୁ ଆମେ ଆଶା ରଖିଛୁ, କାରଣ ଲୋକଙ୍କ ପାଖରେ ପହଞ୍ଚିପାରିବା ହିଁ ବାସ୍ତବ ବିକାଶ’’ I

ଏହି ଅବସରରେ ଶ୍ରୀରଙ୍ଗ ଧବାଲେ କହିଛନ୍ତି ଯେ, “ରାଷ୍ଟ୍ର ଗଠନର ମୂଲ୍ୟବୋଧକୁ ଟାଟା ଗ୍ରୁପ୍ ଦୀର୍ଘଦିନରୁ ବଜାୟ ରଖିଛି। କେନ୍ଦୁଝରରେ ଏହି ଆଇ କେୟାର ଅଭିଯାନ ଅନଗ୍ରସର ଅଞ୍ଚଳରେ ଜନ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି। ବିଜୟାନନ୍ଦ ପଟ୍ଟନାୟକ ଆଇ ସେଣ୍ଟରର ଉନ୍ନତୀକରଣ ପାଇଁ ଟିଏସ୍‌ଏଫ୍‌, ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ଓ ଟାଟା କମ୍ୟୁନିଟି ଇନିସିଏଟିଭ୍‌ସ ଟ୍ରଷ୍ଟ ମଧ୍ୟରେ ସହଯୋଗିତା ଏହି ଅଞ୍ଚଳ ପାଇଁ ଶ୍ରେଷ୍ଠ ସେବା ଆଣିବାର ଏକ ଶକ୍ତିଶାଳୀ ପ୍ରଦର୍ଶନ। ଟାଟା ଗ୍ରୁପ୍‌ର ଗୋଷ୍ଠୀ କୈନ୍ଦ୍ରୀକ ଆଭିମୁଖ୍ୟ ଓ ଏଲ୍‌ଭିପିଇଆଇର ବିଶେଷତାକୁ ମିଶ୍ରଣ କରି ଏହି ଅଭିଯାନରେ ପ୍ରତିଷେଧକମୂଳକ ଅନ୍ଧତ୍ୱକୁ ଦୂର କରିବା ଏବଂ ଓଡ଼ିଶାର ଆଦିବାସୀ ଓ ଉପେକ୍ଷିତ ଲୋକଙ୍କ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି।’’

ଗ୍ରାମୀଣ ଓ ଆଦିବାସୀ ସମୁଦାୟ ପାଇଁ ସ୍ଥାୟୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗଠନ ପାଇଁ ଏଭଳି ସହଯୋଗିତାର ମହତ୍ୱ ଉପରେ ଏଲ୍‌ଭିପିଇର ଜନସ୍ୱାସ୍ଥ୍ୟର ନେଟୱର୍କ ଡାଇରେକ୍ଟର ଡକ୍ଟର ରୋହିତ ଖାନ୍ନା ଆଲୋକପାତ କରିଥିଲେ।

ଏହି ଉନ୍ନତୀକରଣ ସହିତ ବିଜୟାନନ୍ଦ ପଟ୍ଟନାୟକ ଆଇ କେୟାର ସେଣ୍ଟର (ବିଏନପିଇସି) ଓଡ଼ିଶାରେ ଚକ୍ଷୁ ସେବାରେ ଏକ ପ୍ରମୁଖ ହବ୍ ଭାବେ କାର୍ଯ୍ୟ କରିବ ଏବଂ ଆଦିବାସୀ ଓ ଦୁର୍ଗମ ଅଂଚଳବାସୀଙ୍କ ଜୀବନରେ ରୂପାନ୍ତରଣ ଆଣିବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande