ବଲାଙ୍ଗୀର, ୦୨ ସେପ୍ଟେମ୍ବର(ହି.ସ.) – ୦୨ ସେପ୍େଟମ୍ବର ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଚଳିତ ସେପ୍େଟମ୍ବର ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ(ଏଜୠ ଉବଜ୍ଞକ୍ଟ୍ର)ର ଆୟୋଜନ କରାଯାଉଅଛି । ଏଣୁ ଏହି ଦୁଇ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଂଚଳରେ ସେମାନେ ଉପସ୍ଥିତ ରହି ନିଜର ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ।
ସୋନପୁର ଜିଲ୍ଲାରେ ଆସନ୍ତା ସେପ୍େଟମ୍ବର ୦୪ ତାରିଖ ଦିନ ଚେରୁପାଲି ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି। ସେହିପରି ସେପ୍େଟମ୍ବର ୦୯ ତାରିଖ ଦିନ ଉଲୁଣ୍ଡା ସ୍ଥିତ ସେକ୍ସନ ଅଫିସ ଓ ହିକୁଦି ପିଏସ୍ଏସ୍ ଠାରେ, ଏବଂ ସେପ୍େଟମ୍ବର ୧୯ ତାରିଖ ଦିନ ବିନିକା ସ୍ଥିତ ସବ୍-ଡିଭିଜନ ଅଫିସ୍ ଓ ମହାଦେବପାଲି ସ୍ଥିତ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ।
ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ସେପ୍େଟମ୍ବର ୦୮ ତାରିଖ ଦିନ ଖପ୍ରାଖୋଲ ସ୍ଥିତ ସେକ୍ସନ ଅଫିସ୍ ଓ ପାଟଣାଗଡ଼ ସ୍ଥିତ ସବ୍-ଡିଭିଜନ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି। ସେହିପରି ଆସନ୍ତା ସେପ୍େଟମ୍ବର ୧୨ ତାରିଖ ଦିନ କେନ୍ଦୁମୁଣ୍ଡା ପିଏସ୍ଏସ୍ ଓ ଲୋଇସିଂହା ସବ୍-ଡିଭିଜନ୍ ଅଫିସଠାରେ, ସେପ୍େଟମ୍ବର ୧୬ ତାରିଖ ଦିନ କାସବାହାଲ ଏବଂ ମାଧିଆପାଲି ପିଏସ୍ଏସ୍ ଠାରେ, ସେପ୍େଟମ୍ବର ୧୭ ତାରିଖ ଦିନ ଦବ୍ରି ପିଏସ୍ଏସ୍ ଏବଂ କଂଟାବାଞ୍ଝି ସବ୍-ଡିଭିଜନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ।
ତେଣୁ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଲାଭ ଉଠାଇ ବାକିଥିବା ଆପଣଙ୍କର ସମସ୍ତ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ କରି ନିରବଚ୍ଛିନ୍ନ ତଥା ନିରନ୍ତର ବିଦ୍ୟୁତ୍ ସେବା ଉପଭୋଗ କରନ୍ତୁ। ଏହାକୁ କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ ଟିପିଡବ୍ଲୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ