ଜୟପୁର, ୨ ସେପ୍େଟମ୍ବର (ହି.ସ.) - ବିକ୍ରମଦେବ ବିଶ୍ୱବିଦ୍ୟାଳୟକୁ ୟୁଜିସି ପକ୍ଷରୁ ମାନତ୍ୟା ମିଳିଛି। ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଏସ୍ଡି ପ୍ରଫେସର ଦେବୀ ପ୍ରସାଦ ମିଶ୍ର। ୟୁଜିସି ପକ୍ଷରୁ ୨-ଏଫ୍ ମାନ୍ୟତା ମିଳିବା ପରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ନୂତନ ପରିଚୟ ପାଇଛି। ୟୁଜିସିର ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ତାଲିକାରେ ବର୍ତମାନଠାରୁ ଓଡ଼ିଶା କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର ନାଁ ସ୍ଥାନ ପାଇଛି। ଏହି ମାନ୍ୟତା ପରେ ବିଶ୍ୱବିଦ୍ୟାଳୟର ପ୍ରମାଣପତ୍ରର ବେ?ଧ୍ୟତା ପ୍ରମାଣିତ କରିବ।
ସୂଚନା ଥାଉକି, ଓଡ଼ିଶା ସରକାର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିବା ପରେ ୨୦୨୩ ଜୁନ୧ରୁ କାର?୍ୟ୍ୟକ୍ଷମ ହୋଇଥିଲା। ତାପରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ୟୁଜିସିର ୨-ଏଫ ମାନ୍ୟତା ପାଇଁ ଆବେଦନ କରିଥିଲା। ଏହା ପରେ ୟୁଜିସି ୨-ଏଫରେ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କରାଯାଇଛି। ୟୁଜିସି ୱେବସାଇଡ୍ରେ ଅପଲୋଡ କରାଯାଇଥିବା ସମସ୍ତ ୟୁଜିସି ସ୍ୱୀକୃତିପ୍ରାପ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ତାଲିକାରେ ବର୍ତମାନ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ସ୍ଥାନ ମିଳିଛି। ଏହି ମାନ୍ୟତା ପରେ ୟୁଜିସି ନିୟମ ଅନୁସାରେ ବିଶ୍ୱବିଦ୍ୟାଳୟର ଡିଗ୍ରି ପ୍ରଦାନ କରିବାର କ୍ଷମତା ହାସଲ କରିଛି। ବର୍ତମାନଠାରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦେଶବିଦେଶରେ ପରବର୍ତୀ ଅଧ୍ୟୟନ କରିବାର ସୁଯୋଗ ପାଇବେ। ଏହା ଲାଭ ବଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟକୁ ମିଳିବ ବୋଲି ପ୍ରଫେସର ମିଶ୍ର ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି