ଭିସୁଟ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ପରେ ଖୋଲିବ ଗୁମର
ସମ୍ବଲପୁର, ୦୨ ସେପ୍ଟେମ୍ବର (ହି.ସ.) - ବୁର୍ଲା ନିକଟସ୍ଥ ପାୱାର ପ୍ୟାନେଲ(ପିସି) ବ୍ରିଜରୁ ଖସିପଡ଼ି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ଜନୈକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକ ଭିସୁଟ ମେକାନିକାଲ ଇଞ୍ଜିନିୟରିଂ ବିଭାଗ ଶେଷ ବର୍ଷ ଛାତ୍ର ଯାଜପୁରର ଅଞ୍ଜନେୟ ଦାସ ବୋଲି
ଭିସୁଟ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ପରେ ଖୋଲିବ ଗୁମର


ସମ୍ବଲପୁର, ୦୨ ସେପ୍ଟେମ୍ବର (ହି.ସ.) - ବୁର୍ଲା ନିକଟସ୍ଥ ପାୱାର ପ୍ୟାନେଲ(ପିସି) ବ୍ରିଜରୁ ଖସିପଡ଼ି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ଜନୈକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକ ଭିସୁଟ ମେକାନିକାଲ ଇଞ୍ଜିନିୟରିଂ ବିଭାଗ ଶେଷ ବର୍ଷ ଛାତ୍ର ଯାଜପୁରର ଅଞ୍ଜନେୟ ଦାସ ବୋଲି ଚିହ୍ନଟ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସେ ଉକ୍ତ ବ୍ରିଜକୁ ଯାଇଥିଲେ। ବ୍ରିଜରୁ ଖସିଯିବା ପରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଭିମସାରରେ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ବୁର୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ବୋଲି ଭିସୁଟ କର୍ତୃପକ୍ଷ ଓ ଥାନା ସୂତ୍ରରୁ କୁହାଯାଇଛି। ତେବେ ଛାତ୍ରଙ୍କ ଏଭଳି ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଭିନ୍ନ ସନ୍ଦେହ ଘନିଭୂତ ହୋଇଛି । ଛାତ୍ର ଜଣକ ବ୍ରିଜ ନିକଟକୁ କେତେବେଳେ ଯାଇଥିଲେ, ସେ ଏକାକୀ ଯାଇଥିଲେ ନା ତାଙ୍କ ସହ ଆଉ ଥିଲେ, କେଉଁ ପରିସ୍ଥିତିରେ ସେ ବ୍ରିଜ ଉପରୁ ଖସିପଡ଼ିଲେ ଏହି ଘଟଣାକୁ ଯେତିକି ସନ୍ଦେହ ଭିତରକୁ ଟାଣି ନେଉଛି ତା'ଠାରୁ ଅଧିକ କିଏ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଇଲେ ? ତେବେ ଘଟଣାର ତଦନ୍ତ ସରିବା ପରେ ଏହା ଦୁର୍ଘଟଣା, ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ସ୍ପଷ୍ଟ ହୋଇପାରିବ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande