ମହିଳା ଆୟୋଗ ସଦସ୍ୟାଙ୍କର ତୁଳସୀ ମହାବିଦ୍ୟାଳୟ ପରିଦର୍ଶନ
କେନ୍ଦ୍ରାପଡ଼ା, ୦୨ ସେପ୍ଟେମ୍ବର(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟ ରେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ଡ. କଳ୍ପନା ମାଲିକଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ପରିଦର୍ଶନ ସମ୍ପନ୍ନ ହୋଇଛି। ସେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ, ଆଭ୍ୟନ୍ତରୀଣ କମିଟିର ଅଧ୍ୟକ୍ଷା ଓ ସଦସ୍ୟ-ସଦସ୍ୟାମାନଙ୍କ ସହ
ମହିଳା ଆୟୋଗ ସଦସ୍ୟାଙ୍କର ତୁଳସୀ ମହାବିଦ୍ୟାଳୟ ପରିଦର୍ଶନ


କେନ୍ଦ୍ରାପଡ଼ା, ୦୨ ସେପ୍ଟେମ୍ବର(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟ ରେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ଡ. କଳ୍ପନା ମାଲିକଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ପରିଦର୍ଶନ ସମ୍ପନ୍ନ ହୋଇଛି। ସେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ, ଆଭ୍ୟନ୍ତରୀଣ କମିଟିର ଅଧ୍ୟକ୍ଷା ଓ ସଦସ୍ୟ-ସଦସ୍ୟାମାନଙ୍କ ସହ କାର୍ଯ୍ୟାଳୟରେ ଯୌନ ଉତ୍ପୀଡ଼ନ ନିଷେଧ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଛାତ୍ରୀମାନଙ୍କ ସହ ମଧ୍ୟ ସିଧାସଳଖ ଆଲୋଚନା ହୋଇଥିଲା। ଯେଉଁଥିରେ ଆଭ୍ୟନ୍ତରୀଣ କମିଟିର ଭୂମିକା, ଯୌନ ଉତ୍ପୀଡନ ବିଷୟକ ନିୟମାବଳୀ, ଓଋଉ ସାମଗ୍ରୀ ବ୍ୟବହାର ଓ ଯୌନ ଉତ୍ପୀଡନ ଘଟଣା ସମ୍ବନ୍ଧୀୟ ସଚେତନତା ଉପରେ ଗଭୀର ଆଲୋଚନା ହୋଇଥିଲା। ଏହି ପରିଦର୍ଶନ ଲକ୍ଷ୍ୟ ଥିଲା ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପାଇଁ ସୁରକ୍ଷିତ, ସଚେତନ ଓ ସମର୍ôଥତ ପରିବେଶ ସୃଷ୍ଟି କରିବା। ପରିଦର୍ଶନ ସମୟରେ ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ ସୁଷମା ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande