ଧର୍ମଶାଳା,୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲାରେ ଦିନକୁ ଦିନ ଗୋଚାଲାଣ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି । ମାଫିଆମାନେ ବିଭିନ୍ନ ଉପାୟରେ ଅଟୋ,ଟ୍ରକ ଓ କଂଟେନର ଦ୍ୱାରା କଂସେଇଖାନ ସହ ବିଭିନ୍ନ ସ୍ଥାନକୁ ବେଧଡକଭାବେ ଚାଲାଣ କରୁଛନ୍ତି । ତେବେ ଆଜି ସକାଳେ ଏକ ନାଲି ରଂଗର ବାଜାକ ଅଟୋ(ଓଡି୦୫ଏଜେଡ୍୯୭୫୨) ରେ ରସୁଲପୁର ବ୍ଲକ ବ୍ରହ୍ମବରଦା ବ୍ୟାଙ୍କଛକ ଅଂଚଳରୁ ୩ଗୋଟି ଷଣ୍ଢକୁ ନେଇ ଧର୍ମଶାଳା ବ୍ଲକ ଇସ୍ତମାପଡିଆ ଅଂଚଳକୁ ନେଇ ଯାଉଥିବା ବେଳେ ଦାଦବାଡି ନିକଟରେ ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ଅଟୋକୁ ଅଟକ ରଖି ବ୍ରହ୍ମବରଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପଂହଚି ୩ଟି ଷଣ୍ଢକୁ ଥାନା ପଡିଆରେ ଛାଡି ଦିଆ ଯାଇଥିଲା । ଅଟୋକୁ ଥାନାରେ ଅଟକ ରଖି ଅଟୋ ଚାଳକଙ୍କୁ ଉକ୍ତ ଷଣ୍ଢ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା, କିଏ ଏହି ଚାଲାଣରେ ସମ୍ପୃକ୍ତି ରହିଛି ବୋଲି ପଚରାଉଚୁରା ଜାରି ରଖିଛି । ତେବେ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଏସ୍ଆଇ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ