ମାଳଦାରେ ବାଇକ୍ ଦୁର୍ଘଟଣା : ଶୋକାକୂଳ ପରିବେଶରେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ
ଧର୍ମଶାଳା,୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୁଆଁ-ବରୀ ମୁଖ୍ୟ ରାସ୍ତା ମାଳଦାଛକ ନିକଟରେ ସୋମବାର ରାତିରେ ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଘଟଣାରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବନ୍ଧଡିହ ଗ୍ରାମର ପ୍ରକାଶ ମଳିକଙ୍କ ପତ୍ନୀ ସ୍ୱପ୍ନାରାଣୀଙ୍କର
ମାଳଦାରେ ବାଇକ୍ ଦୁର୍ଘଟଣା : ଶୋକାକୂଳ ପରିବେଶରେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ


ଧର୍ମଶାଳା,୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୁଆଁ-ବରୀ ମୁଖ୍ୟ ରାସ୍ତା ମାଳଦାଛକ ନିକଟରେ ସୋମବାର ରାତିରେ ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଘଟଣାରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବନ୍ଧଡିହ ଗ୍ରାମର ପ୍ରକାଶ ମଳିକଙ୍କ ପତ୍ନୀ ସ୍ୱପ୍ନାରାଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରକାଶ ଓ ତାଙ୍କ ୭ବର୍ଷିୟ ପୁଅ ଆହତ ହୋଇ କଟକ ମେଡିକାଲରେ ଚିତ୍ସାଧୀନ ଥିଲେ । ଆଜି ଗାଁ ଶ୍ମସାନରେ ଶୋକାକୂଳ ପରିବେଶରେ ସ୍ୱପ୍ନାରାଣୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୂର୍ବାହ୍ନରେ ପ୍ରକାଶ ଓ ତାଙ୍କ ପୁଅ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରି ଆସିଥିବା ଜଣାପଡିଛି ।

ପ୍ରକାଶ ଥାଉକି, ପ୍ରକାଶ ତାଙ୍କ ପରିବାର ସହ ଏକ ବାଇକରେ ଶ୍ୱଶୁର ଘର ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସେରପୁରକୁ ଯାଇଥିଲେ । ଶ୍ୱଶୁର ଘରେ କାମ ସାରି ରାତିରେ ଘରକୁ ଫେରିବା ସମୟରେ ମାଳଦାଛକ ନିକଟରେ ଦୃର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯାଜପୁର ମେଡିକାଲରେ ସ୍ୱପ୍ନାରାଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରକାଶ ଓ ତାଙ୍କ ପୁଅଙ୍କୁ ଆହତ ଅବସ୍ଥାରେ କଟକ ମେଡିକାଲରେ ଭର୍ତି କରାଯାଇଥିଲା । ଏହି ଘଟଣାରେ ତାଙ୍କ ଝିଅ ସୁରକ୍ଷିତ ରହିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande