ଧର୍ମଶାଳା ଅଧ୍ୟକ୍ଷ ଦାୟିତ୍ୱ ନେଲେ ବିଶ୍ୱ ବିଜୟିନୀ ମିଶ୍ର
ଧର୍ମଶାଳା,୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷକଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଓ ପରେ ଭୋଟର ସମ୍ମୁଖିନ ହେବା ପୁର୍ବରୁ ପ୍ରଭାତ କୁମାର ବଳବନ୍ତରାୟ ଅଧ୍ୟକ୍ଷ ପଦରୁ ଗତ ୧୯ ତାରିଖରେ ଇସ୍ତଫା ଦେବା ପରେ ଉକ୍ତ ପଦବୀ ଖାଲି ପଡିଥିଲା । ଅନାସ୍ଥା କିମ୍ବା କୌଣସୀ କା
ଧର୍ମଶାଳା ଅଧ୍ୟକ୍ଷ ଦାୟିତ୍ୱ ନେଲେ ବିଶ୍ୱ ବିଜୟିନୀ ମିଶ୍ର


ଧର୍ମଶାଳା,୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷକଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଓ ପରେ ଭୋଟର ସମ୍ମୁଖିନ ହେବା ପୁର୍ବରୁ ପ୍ରଭାତ କୁମାର ବଳବନ୍ତରାୟ ଅଧ୍ୟକ୍ଷ ପଦରୁ ଗତ ୧୯ ତାରିଖରେ ଇସ୍ତଫା ଦେବା ପରେ ଉକ୍ତ ପଦବୀ ଖାଲି ପଡିଥିଲା । ଅନାସ୍ଥା କିମ୍ବା କୌଣସୀ କାରଣରୁ ବ୍ଲକ ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେବା ପରେ ବ୍ଲକର ଉପାଧ୍ୟକ୍ଷ ଅଧ୍ୟକ୍ଷ ଦୟିତ୍ୱରେ ରହିବାର ସରକାରୀ ନିୟମ ରହିଛି । ଫଳରେ ବ୍ଲକର ଉପାଧ୍ୟକ୍ଷା ତଥା ତାଳଜଙ୍ଘ ପଂଚାୟତର ସମିତିସଭ୍ୟା ବିଶ୍ୱବିଜୟିନୀ ମିଶ୍ର ଅଜି ବ୍ଲକ ଅଧ୍ୟକ୍ଷ ପଦ ଦାୟିତ୍ୱ ନେଇଛନ୍ତି । ସୂଚନା ଅନୁଯାୟୀ ସରକାର ପରିବର୍ତନ ହେବା ପରେ ବ୍ଲକରେ ବିଜେଡି ଅଧ୍ୟକ୍ଷ ଥିବାରୁ ଉନ୍ନୟନ ମୁଳକ ସରକାରୀ କାର୍ଯ୍ୟ ତ୍ୱରାନ୍ୱିତ ହେବାରେ ବାଧା ଉପୁଜିଥିଲା । ଯାହାକୁ ନେଇ ସରପଂଚ ଓ ସମିତିସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ବଡିବା ସହିତ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅଗଷ୍ଟ ୧୧ ତାରିଖରେ ଯାଜପୁର ପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦିଆଯାଇଥିଲା ଏହାକୁ ନେଇ ଧର୍ମଶାଳା ବ୍ଲକ ପରିସରରେ ୪୫ ଗୋଟି ପଂଚାୟତର ସରପଂଚ, ସମିତି ସଭ୍ୟ , ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ସାଂସଦ ରବିନାରାୟଣ କରଙ୍କୁ ନେଇ ଏକ ଆଲୋଚନା ରଖାଯାଇଥିଲା । ତେବେ ଦୁଇ ତୃତୀୟାଂଶ ଭୋଟ ପାଇବା ଅଦ୍ୟକ୍ଷଙ୍କ ପକ୍ଷେ କଷ୍ଟକର ହେବା ଜାଣି ସେ ନିଜ ପଦବିରୁ ଆଲୋଚନାର ୨ ଦିନ ପୁର୍ବରୁ ଇସ୍ତଫା ଦେଇଥିଲେ । ଆଜି ଶ୍ରୀମତୀ ମିଶ୍ର ଅଧ୍ୟକ୍ଷପଦ ଗ୍ରହଣ କରିବା ସହ ଅଧ୍ୟକ୍ଷଙ୍କ ଚେୟାରରେ ବସିଥିଲେ । ଧର୍ମଶାଳା ବିଡିଓ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ । ଏଥିସହ ବିଭିନ୍ନ ପଂଚାୟତର ସରପଂଚ ଓ ସମିତି ସଭ୍ୟ ମାନେ ବ୍ଲକରେ ପହଁଚି ଶ୍ରୀମତି ମିଶ୍ରଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ତେବେ ନବ ନିଯୁକ୍ତ ବ୍ଲକ ଅଧ୍ୟକ୍ଷ ସଠିକ ଭାବେ ନିଜର କାର୍ଯ୍ୟ ନିର୍ବାହ ନକରିପାରିଲେ ସରକାରୀ ନିୟମ ଅନୁଯାୟୀ ୬ ମାସ ମଧ୍ୟରେ ନୁତନ ଅଧ୍ୟକ୍ଷ ନିର୍ବାଚନ କରାଯିବା ନେଇ ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande