ଭାରତରେ ନିର୍ମିତ ପ୍ରଥମ ଚିପ୍ସ ରାଷ୍ଟ୍ରର ଆତ୍ମନିର୍ଭରତା ଦିଗରେ ଐତିହାସିକ ଉପଲବ୍ଧି- ମୋହନ ମାଝୀ
ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ମାଝି ଭାରତରେ ତିଆରି ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌ସକୁ ଦେଶର ସ୍ୱାବଲମ୍ବନ ଦିଗରେ ଏକ ଐତିହାସିକ ଉପଲବ୍ଧି ବୋଲି ବର୍ଣ୍ଣନା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତ
ଭାରତରେ ନିର୍ମିତ ପ୍ରଥମ     ଚିପ୍ସ ରାଷ୍ଟ୍ରର ଆତ୍ମନିର୍ଭରତା ଦିଗରେ ଐତିହାସିକ ଉପଲବ୍ଧି- ମୋହନ ମାଝୀ


ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ

ମୋହନ ମାଝି ଭାରତରେ ତିଆରି ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌ସକୁ ଦେଶର ସ୍ୱାବଲମ୍ବନ ଦିଗରେ ଏକ ଐତିହାସିକ ଉପଲବ୍ଧି ବୋଲି ବର୍ଣ୍ଣନା କରିଛନ୍ତି।

ସୋସିଆଲ ମିଡିଆ ମାଧ୍ୟମରେ

ତାଙ୍କର ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହା କେବଳ ଏକ ପ୍ରଯୁକ୍ତିଗତ ଉପଲବ୍ଧି ନୁହେଁ, ବରଂ ଏହା ଏକ କୌଶଳିକ ଓ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଏକ ନିଷ୍ପତ୍ତିକାରୀ ପଦକ୍ଷେପ ଅଟେ। ଆମଦାନୀ ଉପରେ ନିର୍ଭରତା କମାଇ ଓ

ଘରୋଇ ଉତ୍ପାଦନକୁ ଶକ୍ତିଶାଳୀ କରି ଏହି ସଫଳତା ଭାରତକୁ

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଉଦୟମାନ ବିଶ୍ୱ କେନ୍ଦ୍ର ଭାବେ ପରିଚୟ ଦେଉଛି।”

ସେ କହିଛନ୍ତି,

“ଏହି ଐତିହାସିକ କ୍ଷଣ ଭାରତର ଦୃଢ଼ ଦୃଷ୍ଟିକୋଣ,

ଧୈର୍ଯ୍ୟ ଓ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରମାଣ। ଦୀର୍ଘ ସମୟରୁ ଆଶା କରାଯାଇଥିବା ଜାତୀୟ ଆକାଂକ୍ଷା

ଆଜି ପୂରଣ ହୋଇଛି । ଏହା ପ୍ରତ୍ୟେକ ଭାରତବାସୀ ପାଇଁ ଗର୍ବର କ୍ଷଣ। ଜୟ ହିନ୍ଦ!”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande