ବେଆଇନ ଗୋଚାଲାଣ କଂଟେନର ଜବତ : ଚାଳକ ଓ ମାଲିକ ଫେରାର
ଧର୍ମଶାଳା, ୨ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ବଡଚଣା ପୋଲିସକୁ ବଡ ସଫଳତା । ସୋମବାର ବିଳମ୍ବିତ ରାତିରେ ଏକ ବେଆଇନ ଗୋଚାଲାଣ କଂଟେନରକୁ ଜବତ କରିଛି ପୋଲିସ । କଂଟେନରଟି ବାଲିଚନ୍ଦ୍ରପୁର ଥାନା ଅଧିନ ଚାରିନଙ୍ଗଳ ଅଂଚଳରୁ ବୋଝେଇ କରି କୋଲକାତା ଅଭିମୁଖେ ଆସୁଥିବା ବେଳେ ବଡଚଣା ଥାନା ଅଧିକାରିଣୀ ମଧୁ
ବେଆଇନ ଗୋଚାଲାଣ କଂଟେନର ଜବତ : ଚାଳକ ଓ ମାଲିକ ଫେରାର


ଧର୍ମଶାଳା, ୨ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ବଡଚଣା ପୋଲିସକୁ ବଡ ସଫଳତା । ସୋମବାର ବିଳମ୍ବିତ ରାତିରେ ଏକ ବେଆଇନ ଗୋଚାଲାଣ କଂଟେନରକୁ ଜବତ କରିଛି ପୋଲିସ । କଂଟେନରଟି ବାଲିଚନ୍ଦ୍ରପୁର ଥାନା ଅଧିନ ଚାରିନଙ୍ଗଳ ଅଂଚଳରୁ ବୋଝେଇ କରି କୋଲକାତା ଅଭିମୁଖେ ଆସୁଥିବା ବେଳେ ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଣାପୁର ଅଂଚଳରୁ ତଲାସୀ ଆରମ୍ଭ କରିଥିଲେ । ଜବତ ସମୟରେ ଡ୍ରାଇଭର ଓ ମାଲିକ କଂଟେନର ଛାଡି ଫେରାର ହୋଇ ଯାଇଛନ୍ତି । ପୋଲିସ ୟୁପି ନମ୍ବର କଂଟେନରକୁ ଥାନାକୁ ଆଣି କଂଟେନର ଭିତରେ ଥିବା ୩୦ଟି ମୃତ ଓ ୧୯ଟି ଜୀବିତ ଗାଈଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଗାଈମାନଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା । ଏତେ ସଂଖ୍ୟକ ମୃତ ଗାଈ ମରିବା ଘଟଣାକୁ ନେଇ ଥାନା ଅଧିକାରିଣୀ ଭାବ ବିହ୍ଵଳ ହୋଇ ଯାଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଆଜି ସକାଳୁ ଶହଶହ ଲୋକେ ଥାନା ନିକଟରେ ପଂହଚି ଥିଲେ । ଥାନା ଅଧିନସ୍ଥ ଖଇରା ନିକଟସ୍ଥ ପାହାଡ ପାଦଦେଶରେ ମୃତ ଗାଈ ଗୁଡିକୁ ପୋତି ଦିଆଯାଇଥିଲା । ଗାଡି ନମ୍ବରକୁ ଯାଂଚ କରାଯାଉଛି । ଏବଂ କେଉଁ ସ୍ଥାନରୁ କିଏ ଓ କେଉଁ ଅଂଚଳକୁ ଯାଉଥିଲା ତାହା ତଦନ୍ତ ଚାଲିଛି । ଗାଡି ମାଲିକ ଓ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରିଣୀ ଶ୍ରୀମତି ବେହେରା ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ଯୋଗ ଦେବାର ୪ ମାସ ଭିତରେ ୧୧ଟି ବେଆଇନ ଗୋଚାଲାଣ କରୁଥିବା ଗାଡିକୁ ଜବତ କରିବାରେ ଯାଜପୁର ଜିଲାରେ ବଡ ସଫଳତା ପାଇଥିଲେ । ଅନ୍ୟପକ୍ଷରେ ବାଲିଚନ୍ଦ୍ରପୁର ଥାନା ଅଂଚଳରୁ ଏଭଳି ବେଆଇନ ଗୋଚାଲାଣ ହେଉଥିବା ଖବର ନ ଥିବା ବେଳେ ବଡଚଣା ଥାନା ଅଂଚଳରୁ ଗାଡି ଜବତ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକି ଅନ୍ୟ ଥାନାର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଥାନା ଅଧିକାରିଣୀ ଏଭଳି ବେଆଇନ ଗୋଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ତାଙ୍କ ବିରୋଧରେ ଗୋମାଫିଆ ଓ ଦଲାଲମାନେ ତାଙ୍କ ବିରୋଧରେ ଷଡଯନ୍ତ୍ର କରି ଏଠାରୁ ବଦଳି ପାଇଁ ଲାଗି ପଡିଛନ୍ତି । ତେବେ ଆଜିର ଘଟଣାକୁ ନେଇ ଏତେ ସଂଖ୍ୟକ ମୃତ ଓ ଜୀବିତ ଅବସ୍ଥାରେ ଗାଈ ଉଦ୍ଧାର କରିଥିବାରୁ ଥାନା ଅଧିକରିଣୀଙ୍କୁ ସ୍ଥାନୀୟ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande