ବଡଚଣା ବ୍ଳକ ତାଳୁଆ ଅଂଚଳରେ ବ୍ୟାପୁଛି ଝାଡାବାନ୍ତି
ଧର୍ମଶାଳା,୨ ସେପ୍ଟେମ୍ବର(ହି.ସ.)- ଯାଜପୁର ଜିଲାରେ ଝାଡାବାନ୍ତି ବ୍ୟାପିବା ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିଲା । ଜିଲାର ଧର୍ମଶାଳା ବ୍ଲକରେ ଏହି ଝାଡାବାନ୍ତି ବ୍ୟାପି ପୁରା ଜିଲାକୁ ଆକ୍ରାନ୍ତ କରିଥିଲା । ଏହି ଝାଡାବାନ୍ତି ଆକ୍ରାନ୍ତରେ କିଛି ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣାର କ
ବଡଚଣା ବ୍ଳକ ତାଳୁଆ ଅଂଚଳରେ ବ୍ୟାପୁଛି ଝାଡାବାନ୍ତି


ଧର୍ମଶାଳା,୨ ସେପ୍ଟେମ୍ବର(ହି.ସ.)- ଯାଜପୁର ଜିଲାରେ ଝାଡାବାନ୍ତି ବ୍ୟାପିବା ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିଲା । ଜିଲାର ଧର୍ମଶାଳା ବ୍ଲକରେ ଏହି ଝାଡାବାନ୍ତି ବ୍ୟାପି ପୁରା ଜିଲାକୁ ଆକ୍ରାନ୍ତ କରିଥିଲା । ଏହି ଝାଡାବାନ୍ତି ଆକ୍ରାନ୍ତରେ କିଛି ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣାର କାରଣ ଖୋଜିବା ପାଇଁ କେନ୍ଦ୍ରୀୟ ଟିମ୍ ଯାଜପୁର ଜିଲାରେ ପଂହଚି ତଦନ୍ତ ଆରମ୍ଭ କରିଥିଲା । ମାସ ପୂର୍ବେ ଝାଡାବାନ୍ତିରେ ରୋକ ଲାଗିବା ପରେ ଏବେ ଜିଲାର ବଡଚଣା ବ୍ଲକ ତାଳୁଆ(ବାଲିକୁଦା) ୧୨ ନମ୍ବର ୱାର୍ଡ ଅଂଚଳରେ ଝାଡାବାନ୍ତି ବ୍ୟାପୁ ଥିବା ବେଳେ ଅନେକ ରୋଗୀ ବିଭିନ୍ନ ମେଡିକାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଜଣେ ଗୁରୁତରଙ୍କର ଗତ କାଲି କଟକ ମେଡିକାଲରେ ମୃତ୍ୟୁ ହୋଇ ଯାଇଥିବା ବେଳେ କିଛି ଗୁରୁତର ସେଠାରେ ଚିକିତ୍ସାଧୀନ ଅଛନ୍ତି । ଏହି ୱାର୍ଡର କାବୁଲି ମଳିକଙ୍କ ପତ୍ନୀ ଝରଣା କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଯାହାକୁ ନେଇ ଅଂଚଳବାସୀ ଭୟଭିତ ହୋଇ ପଡିଛନ୍ତି । ତେବେ ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏକ ଚିକିତ୍ସକ ଦଳ ଉକ୍ତ ୱାର୍ଡରେ ପଂହଚି ପାନୀୟ ଜଳ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିବା ବେଳେ କୂଅମାନଙ୍କରେ ବ୍ଲିଂଚିଙ୍ଗ ପାଉଡରରେ ବିଶୋଧନ, ସମସ୍ତ ପରିବାରକୁ ଓଆରଏସ୍ ବଂଟନ କରାଯାଇଛି । ତାହା ସହିତ ପାଣିକୁ ଗରମ ଓ ଗରମ ରନ୍ଧା ଖାଦ୍ୟ ଖାଇବାକୁ ସମସ୍ତ ପରିବାରଙ୍କୁ ପରାମର୍ଶ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande