ବୌଦ୍ଧ ଜିଲାରେ ମିଳୁନାହିଁ ୟୁରିଆ ସାର, ଚିନ୍ତାରେ ଚାଷୀ, ଅଚିନ୍ତାରେ ନେତା ଓ ଜିଲା ପ୍ରଶାସନ
ବୌଦ୍ଧ, ୨ ସେପ୍େଟମ୍ବର (ହି.ସ.) - ଜିଲାରେ ମିଳୁନାହିଁ ୟୁରିଆ ସାର, ଯାହା ବି ମିଳୁଛି ତାହା ମଧ୍ୟ ତିନିଗୁଣା ଦରରେ କ୍ଷ ଏପରି ଅବସ୍ଥାରେ ଚିନ୍ତାରେ ଚାଷୀମାନେ ରହିଥିବା ବେଳେ, ରାଜନୈତିକ ଦଳର ନେତା, ଚାଷୀ ସଂଗଠନର ନେତା ଓ ଜିଲା ପ୍ରଶାସନ ଅଚିନ୍ତାରେ ରହିଥିବା ଅଭିଯୋଗ ହେଉଛି । କୃଷି ପ୍ରଧାନ ବୌଦ୍ଧ ଜ
ବୌଦ୍ଧ ଜିଲାରେ ମିଳୁନାହିଁ ୟୁରିଆ ସାର, ଚିନ୍ତାରେ ଚାଷୀ, ଅଚିନ୍ତାରେ ନେତା ଓ ଜିଲା ପ୍ରଶାସନ


ବୌଦ୍ଧ ଜିଲାରେ ମିଳୁନାହିଁ ୟୁରିଆ ସାର, ଚିନ୍ତାରେ ଚାଷୀ, ଅଚିନ୍ତାରେ ନେତା ଓ ଜିଲା ପ୍ରଶାସନ୧


ବୌଦ୍ଧ, ୨ ସେପ୍େଟମ୍ବର (ହି.ସ.) - ଜିଲାରେ ମିଳୁନାହିଁ ୟୁରିଆ ସାର, ଯାହା ବି ମିଳୁଛି ତାହା ମଧ୍ୟ ତିନିଗୁଣା ଦରରେ କ୍ଷ ଏପରି ଅବସ୍ଥାରେ ଚିନ୍ତାରେ ଚାଷୀମାନେ ରହିଥିବା ବେଳେ, ରାଜନୈତିକ ଦଳର ନେତା, ଚାଷୀ ସଂଗଠନର ନେତା ଓ ଜିଲା ପ୍ରଶାସନ ଅଚିନ୍ତାରେ ରହିଥିବା ଅଭିଯୋଗ ହେଉଛି । କୃଷି ପ୍ରଧାନ ବୌଦ୍ଧ ଜିଲାରେ ଅଧିକାରୀ ଓ ବେପାରୀଙ୍କ ମଧୁଚନ୍ଦ୍ରିକା ରେ ଚାଷୀମାନେ ଶୋଷିତ ହେଉଛନ୍ତି । ଅନ୍ୟପକ୍ଷରେ ଭଲ ଫସଲ ପାଇବାର ଆଶା ରଖିଥିବା ଚାଷୀ ଏବେ ଅନିଶ୍ଚିତ ଭବିଷ୍ୟତ ନେଇ ଆଶଙ୍କା ମଧ୍ୟରେ ଦିନ କାଟୁଛି । ସାରର ଅଭାବୀ ବିକ୍ରି କୁ ନେଇ ଜିଲା ସାରା ପ୍ରତିକ୍ରିୟା ଦେଖାଯିବା ପରେ ଆଜି ବିଜୁ ଜନତା ଦଳ ଓ ଭାରତୀୟ କିସାନ ସଂଘ ପକ୍ଷରୁ ସାର ଯୋଗାଣ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଶୀଘ୍ର ସାର ନମିଳିଲେ ଜିଲା ସାରା ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ବୌଦ୍ଧ ଜିଲ୍ଲାରେ ସାରର ବ୍ୟାପକ ଅଭାବ ଦେଖାଦେଇଥିବା ବେଳେ ଚାଷୀଙ୍କୁ ତୁରନ୍ତ ସାର ଯୋଗାଇ ଦେବାକୁ ବୌଦ୍ଧଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଦିପ କୁମାର ଅମାତଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ପ୍ରାୟ ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଗତ ଦୁଇ ଦଶନ୍ଧି ଧରି ଏହି ଜିଲ୍ଲାର ଧାନ ରାଜ୍ୟର ପିଡିଏସ ସିଷ୍ଟମକୁ ଯୋଗାଇ ଆସୁଛି । ଏହା ରାସାୟନିକ ସାର ଦ୍ୱାରା ସମ୍ଭବ ହୋଇ ପାରିଛି । ଚଳିତ ଖରିଫ ଋତୁର ଫସଲ ପାଇଁ ସାରର ନିତ୍ୟାନ୍ତ ଆବଶ୍ୟକ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଚଳିତ ଖରିଫ ଋତୁରେ ୟୁରିଆ ସାରର ଯୋଗାଣ ବୌଦ୍ଧ ଜିଲ୍ଲାକୁ କମ ହୋଇଥିବାରୁ ବ୍ୟାପକ କଳାବଜାରୀ ଓ ସାରରେ ଅପମିଶ୍ରିତ ହେଉଥିବା ପରିଲକ୍ଷିତ ହେଉଅଛି । ଫଳ ସ୍ୱରୂପ ଚାଷୀ ଆନ୍ଦୋଳନପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାର ସ୍ୱୀକୃତିପ୍ରାପ୍ତ ଏଜେନ୍ସି ମାର୍କଫେଡ ଚାଷୀମାନଙ୍କୁ ରୀହାତି ଦରରେ ସାରଦେବା ବଦଳରେ ପ୍ରାଇଭେଟ ଟ୍ରେଡର ମାନଙ୍କୁ ଯୋଗାଇ ଦେଉଛି । ଏଥିପାଇଁ ସାରର ବଂଟନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ତେଣୁ ଏହି ବିଷୟରେ ଅନୁଧ୍ୟାନ କରି ଚାଷୀଙ୍କୁ ତୁରନ୍ତ ୟୁରିଆ ସାର ଯୋଗଇ ଦେବାକୁ ଦଳ ପକ୍ଷରୁ ଦାବିକରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର, ବରିଷ୍ଠ ନେତା ଅଶୋକ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ଧୂରୀଣ କୁମାର ଦେହୁରୀ, ବସନ୍ତ ସ୍ୱାଇଁ, ସୁବୋଧ ପ୍ରଧାନ, ଅବକାଶ ସାହୁ, ଅନିକେତ ଦାନୀ,ପ୍ରଦିପ୍ତ ସାହୁ,ଯୋଗେଶ୍ୱର ମହାକୁଳ,ଏନଏସି ଉପାଧ୍ୟକ୍ଷା ସୁଭାଷୀନୀ ସେଠୀ,କାଉନସିଲର ସ୍ୱର୍ଣ୍ଣଲତା ଦଳେଇ, ସନ୍ତୋଷିନୀ ନେପାକ, ଚନ୍ଦ୍ରିକା ବେହେରା,ଜ୍ୟୋତିରଂଜନ ସାହୁ, ଧର୍ମେନ୍ଦ୍ର ମେହେର ପ୍ରମୁଖ ସାମିଲ ଥିଲେ ।

ସେହିପରି ଚାଷୀଙ୍କୁ ତୁରନ୍ତ ସାର ପ୍ରଦାନ କରିବାକୁ ଚାଷୀ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଭାରତୀୟ କିସାନ ସଂଘ ର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବର୍ତମାନ ସାର ପାଇଁ ଚାଷୀ ପାକ୍ସ କୁ ଧାଇଁ ଧାଇଁ ନୟାନ୍ତ ହୋଇ ଗଲାଣି । ସାର ବସ୍ତାଏ ପାଇଁ ଲମ୍ବା ଲାଇନ ରେ ଘଣ୍ଟା ଘଣ୍ଟା ଠିଆ ହେଲେ କେବଳ ବସ୍ତାଏ ସାର ପାଉଛି । ଏହା ଚାଷୀଙ୍କ ସମୁଦ୍ର କୁ ଶଙ୍ଖେ ମାତ୍ର । ଚାଷୀ ର ଆବଶ୍ୟକତା କୁ ଏହା ପୂରଣ କରି ପାରୁ ନାହିଁ ତୁରନ୍ତ ସାର ନ ଦେଲେ ଚାଷ ରୁ ଆମଦାନୀ କମିଯିବ । ଏଣୁ ଚାଷୀ କଳାବଜାରରୁ ଅତ୍ୟଧିକ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛି । ୟୁରିଆ ସାର ଦର ୨୬୭ ଟଙ୍କା ଥିଲା ବେଳେ ଚାଷୀ ୭୦୦ ରୁ ୮୦୦ ଟଙ୍କା ଦେଇ କିଣୁଛି । ଏହା ବିରୁଦ୍ଧରେ ପ୍ରତିବାଦ କଲେ କେହି ଶୁଣୁ ନାହାନ୍ତି । ଚାଷୀ ମାନେ ଏ ଅଫିସ ସେ ଅଫିସ କୁ ଧାଉଁ ଛନ୍ତି ସିନା ଫଳ ଶୂନ୍ୟ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା ସହ ବୌଦ୍ଧ ରେଳ ଷ୍ଟେସନ ରେ ଏକ ରେକ ପଏଂଟ ନିର୍ମାଣ କରି ସାର ଗଛିତ କରିବାକୁ ଦୃଢ ଦାବି ଦୋହରାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଭୋଳାଗିରି ସାହୁ, ବୈକୁଣ୍ଠ ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ଦୁଇ ଦିନ ଭିତରେ ସାର ଯୋଗାଇ ଦେବା ପାଇଁ ଅନୁରୋଧ କରି ଥିଲେ । ନଚେତ ଚାଷୀ ମାନେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଜଣାଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande