ଜାରକାକୁ ଏନ୍‌ଏସି ଦାବିରେ ଧର୍ମଶାଳା ବିଜେଡିର ୪ରେ ଗଣଧାରଣା
ଧର୍ମଶାଳା,୨ ସେପ୍ଟେମ୍ବର(ହି.ସ.) - ପୂର୍ବ ସରକାର ସମୟରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାକୁ ଏନ୍‌ଏସି ଘୋଷଣା କରିଥିଲେ । କିନ୍ତୁ ସରକାର ପରିବର୍ତନ ପରେ ଜାରକାକୁ ପୁଣି ଉପେକ୍ଷା କରିବାକୁ ପଡିଲା । ତେବେ ନୂଆ ସରକାର ଆସିବା ପରେ କିଛି ଅଂଚଳକୁ ସ୍ୱାୟତ ଦିବସ ଅବସରରେ ଏନ୍‌ଏସି ଘୋଷଣା କରିଥିଲେ ।
ଜାରକାକୁ ଏନ୍‌ଏସି ଦାବିରେ ଧର୍ମଶାଳା ବିଜେଡିର ୪ରେ ଗଣଧାରଣା


ଧର୍ମଶାଳା,୨ ସେପ୍ଟେମ୍ବର(ହି.ସ.) - ପୂର୍ବ ସରକାର ସମୟରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାକୁ ଏନ୍‌ଏସି ଘୋଷଣା କରିଥିଲେ । କିନ୍ତୁ ସରକାର ପରିବର୍ତନ ପରେ ଜାରକାକୁ ପୁଣି ଉପେକ୍ଷା କରିବାକୁ ପଡିଲା । ତେବେ ନୂଆ ସରକାର ଆସିବା ପରେ କିଛି ଅଂଚଳକୁ ସ୍ୱାୟତ ଦିବସ ଅବସରରେ ଏନ୍‌ଏସି ଘୋଷଣା କରିଥିଲେ । ଜିଲାରେ ଚଣ୍ଡିଖୋଲକୁ ଏନ୍‌ଏସି ଘୋଷଣା ହୋଇଥିବା ବେଳେ ପୂର୍ବରୁ ଘୋଷିତ ହୋଇଥିବା ଜାରକାକୁ ବାଦ୍ ଦିଆ ଯାଇଛି । ଏହି କ୍ରମରେ ଜାରକାକୁ ଏନ୍‌ଏସି ଘୋଷଣା କରିବାକୁ ଧର୍ମଶାଳା ବିଜେଡି ଅଂଟା ଭିଡିଛି । ଚଳିତ ମାସ ୪ ତାରିଖ ଦିନ ଏନ୍‌ଏସି ଦାବି କରି ଗଣଧାରଣା ଦେବ ବୋଲି ମଙ୍ଗଳବାର ଦିନ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ତତ୍ୱବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଧର୍ମଶାଳା ବିଜେଡିର ଛାମୁଆ କର୍ମୀ ଓ ଯୁବନେତା ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande