ହାୱଡା- ବର୍ଦ୍ଧମାନ ଲୋକାଲ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ହୁଗଳି, 2 ସେପ୍ଟେମ୍ବର (ହି.ସ.)- ସୋମବାର ରାତି ପ୍ରାୟ ନଅଟା ବେଳେ ହୁଗଳୀ ଷ୍ଟେସନ୍‌ରେ ଠିଆହୋଇଥିବା ହାୱଡ଼ା-ବର୍ଦ୍ଧମାନ୍ ଲୋକାଲ୍ ଟ୍ରେନ୍‌ରେ ହଠାତ୍ ନିଆଁ ଲାଗିଯିବା କାରଣରୁ ଆତଙ୍କ ଖେଳିଯାଇଛି। ଟ୍ରେନ୍‌ର ଦ୍ୱିତୀୟ ଓ ତୃତୀୟ ବଗି ମଧ୍ୟରୁ ହଠାତ୍ ଧୂଆଁ ଓ ନିଆଁ ବାହାରିଥିବା ଦେ
ହାୱଡା- ବର୍ଦ୍ଧମାନ ଲୋକାଲ     ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ


ହୁଗଳି, 2 ସେପ୍ଟେମ୍ବର (ହି.ସ.)- ସୋମବାର ରାତି ପ୍ରାୟ

ନଅଟା ବେଳେ ହୁଗଳୀ ଷ୍ଟେସନ୍‌ରେ ଠିଆହୋଇଥିବା ହାୱଡ଼ା-ବର୍ଦ୍ଧମାନ୍ ଲୋକାଲ୍ ଟ୍ରେନ୍‌ରେ

ହଠାତ୍ ନିଆଁ ଲାଗିଯିବା କାରଣରୁ ଆତଙ୍କ ଖେଳିଯାଇଛି। ଟ୍ରେନ୍‌ର ଦ୍ୱିତୀୟ ଓ ତୃତୀୟ ବଗି ମଧ୍ୟରୁ ହଠାତ୍ ଧୂଆଁ ଓ ନିଆଁ ବାହାରିଥିବା ଦେଖି ଯାତ୍ରୀମାନେ ଭୟଭୀତ

ହୋଇ ତୁରନ୍ତ ଟ୍ରେନ୍‌ରୁ ଓହ୍ଲାଇପଡିଥିଲେ ।

ସୂତ୍ର ଅନୁଯାୟୀ,

ଯେତେବେଳେ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ହୁଗଳୀ

ଷ୍ଟେସନ୍‌ରେ ପହଞ୍ଚିଥିଲା, ସେତେବେଳେ ବଗି ମଧ୍ୟରୁ

ଧୂଆଁ ଓ ନିଆଁ ଦେଖାଯାଇଥିଲା। ଯାତ୍ରୀମାନେ ତୁରନ୍ତ ଗାର୍ଡକୁ ସୂଚନା ଦେଇଥିଲେ ଓ କିଛି ସମୟରେ

ରେଳ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସମୟ ମଧ୍ୟରେ ସ୍ଥିତି ନିୟନ୍ତ୍ରଣ କରାଯାଇଥିଲା।

ଟ୍ରେନ୍‌ଟିକୁ କିଛି ସମୟ ପର୍ଯ୍ୟନ୍ତ ରୋକାଯିଥିଲା ଓ ନିଆଁ ପୂର୍ଣ୍ଣ ଭାବେ ଲିଭାଯିବା ପରେ

ଏହାକୁ ସୁରକ୍ଷିତ ଭାବରେ ବର୍ଦ୍ଧମାନ୍‌ ପାଇଁ ପ୍ରସ୍ଥାନ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande