ଧର୍ମଶାଳା ବ୍ଲକରେ ଆଜି ସର୍ବାଧିକ ବର୍ଷା
ଧର୍ମଶାଳା,୨ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଚଳିତ ବର୍ଷ ଆବଶ୍ୟକତାଠାରୁ କମ ବର୍ଷା ହୋଇଥିବା ବେଳେ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି । ହେଲେ ଆଜି ଚଳିତ ବର୍ଷର ସର୍ବାଧିକ ବର୍ଷା ୫୦ ମିଲିମିଟର ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି । ଗତକାଲି ପାଗ ଭଲ ରହିଥିବା ବେଳେ ବିଳମ୍ବି
ଧର୍ମଶାଳା ବ୍ଲକରେ ଆଜି ସର୍ବାଧିକ ବର୍ଷା


ଧର୍ମଶାଳା,୨ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଚଳିତ ବର୍ଷ ଆବଶ୍ୟକତାଠାରୁ କମ ବର୍ଷା ହୋଇଥିବା ବେଳେ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି । ହେଲେ ଆଜି ଚଳିତ ବର୍ଷର ସର୍ବାଧିକ ବର୍ଷା ୫୦ ମିଲିମିଟର ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି । ଗତକାଲି ପାଗ ଭଲ ରହିଥିବା ବେଳେ ବିଳମ୍ବିତ ରାତିରେ ବର୍ଷା ଆରମ୍ଭ ହୋଇଥିଲା । ଆଜି ଦିନ ସାରା ଝିପଝିପ ବର୍ଷା ଲାଗିରହିଥିବା ବେଳେ ମଝିରେ ମଝିରେ ତୁହାକୁ ତୁହା ମୁଶଳଧାରାରେ ବର୍ଷା ହେବା ସହିତ ଦିନତମାମ ଝିପଝିପ ବର୍ଷା ଲାଗିରହିଛି । ଅଧିକ ବର୍ଷା ହେବା ଫଳରେ ପହାଡିଆ ଏବଂ ଉଚ୍ଚ ସ୍ଥାନରେ ଥିବା ଜମି ଗୁଡିକରେ ଖେଳୁଆ ବିଳୁଆ କରାଯାଇ ଧାନ ରୁଆ ପୋତା କରିବା ସମ୍ଭବପର ହୋଇଛି । ଫଳରେ ଖଟିଖିଆ ଦିନମଜୁରୀଆ ଲୋକମାନେ କାମକୁ ଯାଇ ନପାରି ଘରେ ରହିଛନ୍ତି । ଅନ୍ୟପଟେ ଅଧିକ ବର୍ଷା ହେବା ଯୋଗୁଁ ଧାନଚାଷୀମାନେ ଖୁଶିବ୍ୟକ୍ତ କରିଛନ୍ତି । ହେିପରି ସ୍କୁଲ ଓ କଲେଜ ଗୁଡିକରେ ଆଜି ବର୍ଷା ଲାଗିରହିବାରୁ ଉପସ୍ଥାନ କମିଛି । ତେବେ ଅପରାହ୍ନରେ ପାଗ ଭଲ ରହିଥିବା ଦେଖିବାକୁ ମିଳିଛି । ତେଣେ ଏଭଳି ବର୍ଷା ଉପରମୁଣ୍ଡରେ ଲାଗିରହିଥିବାରୁ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଡ୍ୟାମରେ ଜଳପତନ ବୃଦ୍ଧି ପାଇବାରେ ଲାଗିଛି । ରେଙ୍ଗଲି ଡ୍ୟାମର ସର୍ବାଧିକ ଜଳଧାରଣ ୧୨୩.୫୦ ମିଟର ରହିଥିବା ବେଳେ ଗତକାଲି ୧୨୨.୪୩ ରହିଥିଲା । ଆଜି ଏହା ବୃଦ୍ଧି ପାଇ ୧୨୨.୭୦ ମିଟର ରହିଥିବା ବେଳେ ଗତ ବର୍ଷ ଅଜିର ଦିନରେ ୧୨୧.୭୧ ମିଟର ରହିଥିବା ୱେବ ସାଇଟରୁ ଜଣାପଡିଛି । ତେବେ ରେଙ୍ଗାଲି ଡ୍ୟାମର ଜଳପତନ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଆସନ୍ତା କାଲି କିମ୍ବା ଆଜି ରାତି ସୁଦ୍ଧା ଗୋଟିଏ କିମ୍ବା ୨ଟି ଗେଟ ଖୋଲାଯିବା ନେଇ ଆଶଙ୍କା କରାଯାଇଛି । ତେବେ ବ୍ରାହ୍ମଣୀ ନଦୀରେ ଚଳିତ ଥର ଚତୁର୍ଥବନ୍ୟା ଅସିବାର ସମ୍ଭାବନା ଦେଖାଦେଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande