ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)
- ସମସ୍ତ ଆରଡିସି, ଜିଲ୍ଲାପାଳ ଏବଂ
ଏସପିଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଜାତୀୟ ପତାକା କୋର୍ଡ ବା ନିୟମର କଡାକଡି
ଆନୁପାଳନ କରିବା ପାଇଁ ଚିଠିରେ ଉଲେଖ ରହିଛି । ଚିଠିରେ କୁହାଯାଇଛି ଲୋକମାନଙ୍କ ମଧ୍ୟରେ ଏବଂ
ସରକାରୀ ସଂସ୍ଥାଗୁଡ଼ିକରେ ପତାକାର ପ୍ରଦର୍ଶନ ସମ୍ବନ୍ଧରେ ଆଇନ୍, ପ୍ରଥା ଏବଂ
ପରମ୍ପରାଗୁଡ଼ିକ ସମ୍ପର୍କରେ ସଚେତନତାର ଅଭାବ ଦେଖାଦେଉଛି ।
କାଗଜରେ ନିର୍ମିତ ଜାତୀୟ
ପତାକାକୁ ଜାତୀୟ, ସାଂସ୍କୃତିକ ଏବଂ କ୍ରୀଡ଼ା ଇଭେଣ୍ଟଗୁଡ଼ିକରେ ଜନସାଧାରଣ ଦ୍ୱାରା ଉଡାଇ ପାରିବେ। କିନ୍ତୁ
ଇଭେଣ୍ଟ ପରେ ଏହି ପତାକାଗୁଡ଼ିକୁ ଭୂମିରେ ଫୋପାଡ଼ିବା କିମ୍ବା ଫିଙ୍ଗିବା ଉଚିତ୍ ନୁହେଁ । ପତାକାର
ମର୍ଯ୍ୟାଦା ସହିତ ସଙ୍ଗତିରେ ସମ୍ମାନର ସହିତ ନଷ୍ଟ କରାଯିବା ଉଚିତ୍ । ବ୍ୟାପକ ଜନସଚେତନତା
କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା