ପାଣି ମିଟର ଚୋରି ମାମଲାରେ ଜଣେ ଗିରଫ
ଜୟପୁର, 20 ସେପ୍ଟେମ୍ବର (ହି.ସ.)ଘରକୁ ପାଇପ ଲାଇନ ଯାଇଥିବା ମିଟର ଚୋରି ମାମଲାରେ ଆଜି ଜୟପୁର ଟାଉନ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବାପୁଜି ନଗର ଅଞ୍ଚଳର ପଦ୍ମନ ଏଲିଅସ ସୁଭମ ପାଢି। ଗତ ଦୁଇ ଦିନ ତଳେ ଜୟପୁର ସହରର ପ୍ରାୟ ୧ଶହ ରୁ ଉର୍ଦ୍ଧ ପାଣି ମିଟର ଚୋରି
ପାଣି ମିଟର ଚୋରି ମାମଲାରେ ଜଣେ ଗିରଫ


ଜୟପୁର, 20 ସେପ୍ଟେମ୍ବର (ହି.ସ.)ଘରକୁ ପାଇପ ଲାଇନ ଯାଇଥିବା ମିଟର ଚୋରି ମାମଲାରେ ଆଜି ଜୟପୁର ଟାଉନ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବାପୁଜି ନଗର ଅଞ୍ଚଳର ପଦ୍ମନ ଏଲିଅସ ସୁଭମ ପାଢି। ଗତ ଦୁଇ ଦିନ ତଳେ ଜୟପୁର ସହରର ପ୍ରାୟ ୧ଶହ ରୁ ଉର୍ଦ୍ଧ ପାଣି ମିଟର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଟାଉନ ପୁଲିସ ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ଏସଆଇ ରାଜେନ୍ଦ୍ର ପାଙ୍ଗି ଅଭିଯୁକ୍ତ ପଦ୍ମନକୁ ଆଜି ଗିରଫ କରି ତା ଠାରୁ ୨୮ଟି ମିଟର ଜବତ କରି କୋର୍ଟ ଚାଲାଣ କରିଥିବା ଶ୍ରୀ ପାଙ୍ଗି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande