କାର୍ତିକ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ
ପୁରୀ, ୨୦ ସେପ୍ଟେମ୍ବର (ହି.ସ.)- କାର୍ତିକ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ ହେବ । ଛତିଶାନିଯୋଗ, ନୀତି ସବ୍ କମିଟି ବୈଠକ ପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି । ବିଶେଷ କରି କାର୍ତିକ ମାସ ନୀତି ବହୁଳ ରହୁଥିବାରୁ କାର୍ତିକ ମାସ ପରେ ନା
କାର୍ତିକ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ


ପୁରୀ, ୨୦ ସେପ୍ଟେମ୍ବର (ହି.ସ.)- କାର୍ତିକ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ ହେବ । ଛତିଶାନିଯୋଗ, ନୀତି ସବ୍ କମିଟି ବୈଠକ ପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି । ବିଶେଷ କରି କାର୍ତିକ ମାସ ନୀତି ବହୁଳ ରହୁଥିବାରୁ କାର୍ତିକ ମାସ ପରେ ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ନେତୃତ୍ୱରେ ସବ୍ କମିଟି ଏନେଇ ଆଲୋଚନା କରିଛନ୍ତି ।

ଡଃ. ପାଢ଼ୀ ଏମାର ମଠ ରୁପା ଇଟା ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ଏ ସମ୍ପର୍କିତ ମାମଲା କୋର୍ଟଙ୍କ ବିଚାରାଧିନ ରହିଛି । ମଠ ମନ୍ଦିର ସମ୍ପତି ପ୍ରଭୁ ଶ୍ରୀଜଗନ୍ନାଥଙ୍କର । ଏଣୁ ରୁପାଇଟା ଶ୍ରୀମନ୍ଦିର ପ୍ରଶାସନକୁ ଆଣିବାକୁ ସରକାରଙ୍କୁ ଅନୁରୋଧ କରିବୁ । ଆଶା ରହିଛି ରୁପା ଇଟା ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଆସିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande