ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ରାସ୍ତାରେ ଓଭରଲୋଡ଼ ଗାଡି ପାଇଁ ଅନୁମତି ନ ଥିବା ବେଳେ ଜାତୀୟ ରାଜପଥ କାମ କରୁଥିବା ଏକ ଠିକାଦାର କମ୍ପାନୀ ରାଣୀତାଲ ଦେଇ ଶହ ଶହ ଓଭର ଲୋଡି ପାଉଁଶ ନେଇ ଯାଉଥିବା ବେଳେ ପ୍ରଶାସନ ପୁରା ଚୁପ। ଟ୍ରକରେ ଓଭରଲୋଡି ବାଲି ନେଇ ଗଲା ବେଳେ ପୋଲିସ ଠାରୁ ଆରଟିଓ ସମସ୍ତେ ଚଢ଼ାଉ କରୁଥିବା ବେଳେ ଠିକାଦାର କମ୍ପାନୀକୁ ଏତେ ଅନୁକମ୍ପା କାହିଁକି ବୋଲି ଜଣେ ଟ୍ରକ ମାଲିକ ପ୍ରଶ୍ନ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଏହି ଓଭର ଲୋଡି ଗାଡି ରାସ୍ତାକୁ ଫଟାଇବା ସହ ଅନେକ ସମୟରେ ଦୁର୍ଘଟଣାର କାରଣ ସାଜୁଛି। ଅନେକ ସମୟରେ ରାସ୍ତାରେ ପାଉଁଶ ପଡି ପଡି ଯାଉଥିବାରୁ ଏହା ପଥଚାରୀଙ୍କ ପାଇଁ ଦୁଃଖର କାରଣ ସାଜୁଛି। ଗୋଟିଏ ପଟେ ଓଭର ଲୋଡି ତ ଅନ୍ୟ ପଟେ ଅନାଭିଜ୍ଞ ଗାଡି ଚାଳକଙ୍କ ପାଇଁ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଜାତୀୟ ରାଜପଥର ଏହି ଧୂଳି ବିଭିନ୍ନ ରୋଗର କାରଣ ସାଜୁଛି। ବିଭିନ୍ନ ସମୟରେ ଏହି ଧୂଳି ଆଖିରେ ପଡିବାର ନଜିର ମଧ୍ୟ ଅଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ