ଜମନକିରା ବ୍ଲକ କଳାକାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ମଳିତ ଦାବିପତ୍ର ପ୍ରଦାନ
ସମ୍ବଲପୁର, ୨୦ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କଳାକାର ମହାସଂଘ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୪ ଦଫା ସମ୍ମଳିତ ଦାବିପତ୍ର ବ୍ଲକ୍ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କ ଜରିଆରେ ପ୍ରଦାନ କରିଛି। ସଂଘର ସଭାପତି ଗୋକୁଳା ନନ୍ଦ ଦାନୀ, ଉପ-ସଭାପତି ଉମାକାନ୍ତ ଅର୍କ ଏବଂ ସାଧ
ଜମନକିରା ବ୍ଲକ କଳାକାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ମଳିତ  ଦାବିପତ୍ର ପ୍ରଦାନ


ସମ୍ବଲପୁର, ୨୦ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କଳାକାର ମହାସଂଘ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୪ ଦଫା ସମ୍ମଳିତ ଦାବିପତ୍ର ବ୍ଲକ୍ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କ ଜରିଆରେ ପ୍ରଦାନ କରିଛି। ସଂଘର ସଭାପତି ଗୋକୁଳା ନନ୍ଦ ଦାନୀ, ଉପ-ସଭାପତି ଉମାକାନ୍ତ ଅର୍କ ଏବଂ ସାଧାରଣ ସମ୍ପାଦକ ହିମାଦ୍ରୀ ସାହୁଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଓ ପୁରୁଷ କଳାକାର ମାନେ ଆଜି ଜମନକିରା ସାପ୍ତାହିକ ବଜାର ପ୍ରାଙ୍ଗଣରୁ ବାହାରି ଗାଁ ପରିକ୍ରମା ପରେ ବ୍ଲକ ସମ୍ମୁଖରେ ପହଂଚିଥିଲେ। ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନାନୁଯାୟୀ ଜମନକିରା ବ୍ଲକ ଅନ୍ତର୍ଗତ ୨୧ ଟି ପଂଚାୟତର ସହସ୍ରାଧିକ କଳାକାର ମାନେ ଏକଜୁଟ ହୋଇ ଜମନକିରା ସାପ୍ତାହିକ ବଜାର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୪ଦଫା ସମ୍ମିଳତ ଦାବିପତ୍ର ପ୍ରଦାନ କରଥିଲେ। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ନୁଆ କଳାକାର ମାନଙ୍କୁ ସାମିଲ କରାଯାଇ ସରକାରଙ୍କ ଗାଇଡଲାଇନ ଅନୁସାରେ ଭତା ପ୍ରଦାନ, ଭତା ପାଉଥିବା ହିତାଧିକାରୀଙ୍କ ଭତାକୁ ବଢେଇ ୫ହଜାର ଟଙ୍କାକୁ ବୃଦ୍ଧି, ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗୀ ନିର୍ମାଣ, ବିମା ଯୋଜନାରେ ସାମିଲ କରିବା, କଳାକାର ମାନଙ୍କୁ ନେଇ ବିଭିନ୍ନ ଯୋଜନା ଉପରେ କାର୍ଯ୍ୟକ୍ରମ କରିବା, ଅଣସିକୃତି କଳାକାର ମାନଙ୍କୁ ପଞ୍ଜୀକୃତ କରେଇବା ଆଦି ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande