ଜେଲ ଗଲେ ଲାଞ୍ଚୁଆ ରେଞ୍ଜର, ଆୟବହିର୍ଭୁତ ସମ୍ପତି ଠୁଳ ଭିଜିଲାନ୍ସ ମାମଲା
ଜୟପୁର, 20 ସେପ୍ଟେମ୍ବର (ହି.ସ.) ରାୟଗଡା ଜିଲ୍ଲା କାଶୀପୁର ଜଙ୍ଗଲ ବିଭାଗର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ବେଆଇନ ଭାବେ ଆୟବର୍ହିଭୁତ ସମ୍ପତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏହିପରି ବେଆଇନ ଭାବେ ଅଭିଯୁକ୍ତ ରେଞ୍ଜର ଶ୍ରୀ ସାହୁ ନିଜ ଚାକିରିକାଳ
ଜେଲ ଗଲେ ଲାଞ୍ଚୁଆ ରେଞ୍ଜର, ଆୟବହିର୍ଭୁତ ସମ୍ପତି ଠୁଳ ଭିଜିଲାନ୍ସ ମାମଲା


ଜୟପୁର, 20 ସେପ୍ଟେମ୍ବର (ହି.ସ.) ରାୟଗଡା ଜିଲ୍ଲା କାଶୀପୁର ଜଙ୍ଗଲ ବିଭାଗର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ବେଆଇନ ଭାବେ ଆୟବର୍ହିଭୁତ ସମ୍ପତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏହିପରି ବେଆଇନ ଭାବେ ଅଭିଯୁକ୍ତ ରେଞ୍ଜର ଶ୍ରୀ ସାହୁ ନିଜ ଚାକିରିକାଳ ମଧ୍ୟରେ ଆୟ ସମ୍ପତି ଠାରୁ ଅଧିକ ୧୮୪ ପ୍ରତିଶତ ସମ୍ପତି ରଖିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଜଣାପଡିଥିଲା । ଏହିପରି ଅଭିଯୁକ୍ତ ରେଞ୍ଜର ଶ୍ରୀ ସାହୁଙ୍କୁ ଗତକାଲି ସଂଧ୍ୟାରେ ଜୟପୁର ସ୍ଥିତ ଭିଜିଲାନ୍ସ ଏସ.ପିଙ୍କ କାର୍ଯ୍ୟାଳୟକୁ ଅଣାଯାଇ ପଚାରାଉଚରା ବେଳେ ସଠିକ ଉତ୍ତର ଦେଇନଥିଲେ । ଏହାପରେ ତାଙ୍କୁ ସରକାରୀ ପଦବୀର ଅପବ୍ୟବହାର କରିବା ସହ ବେଆଇନ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଗିରଫ କରିବା ସହ ସଂଧ୍ୟାରେ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲଣ କରାଯାଇଥିଲା । ସେଠାରେ ତାଙ୍କ ଓକିଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା । କିନ୍ତୁ ଭାରପ୍ରାପ୍ତ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ତଥା ଜିଲ୍ଲା ଜଜ୍ ପ୍ରଦୀପ କୁମାର ମହନ୍ତ ତାଙ୍କ ଜାମିନ ଆବେଦନକୁ ଆସନ୍ତା ୨୭ ତାରିଖରେ ଶୁଣାଣି ପାଇଁ ଧାର୍ଯ୍ୟ କରିଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗିୟ ହାଜତରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆଜି ଅଭିଯୁକ୍ତ ରେଞ୍ଜର ଶ୍ରୀ ସାହୁଙ୍କୁ ଜୟପୁର ସ୍ଥିତ ସ୍ବତନ୍ତ୍ର କାରାଗାରକୁ ପଠାଯାଇଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande