ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ହଲରେ ସିନିଅର ଓ ସବ୍ ଜୁନିଅର ଜିଲ୍ଲା ସ୍ତରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଘାଟିତ

ସମ୍ବଲପୁର, ୨୦ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବ୍ୟାଡ଼ମୀଣ୍ଟନ ହଲ ଠାରେ ସିନିଅର ଓ ୧୭ ବର୍ଷରୁ କମ ବର୍ଷରୁ କମ ବର୍ଗର ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଇତିମଧ୍ୟରେ ଉତଘାଟିତ ହୋଇଯାଇଛି l

ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କ ର ଜୋନାଲ ମ୍ୟାନେଜର ପ୍ରକାଶ ଶୁକ୍ଲା, ଶାଖା ପରିଚାଳକ ନିର୍ମଳ ପନସାରୀ, ଓଡିଶା ରାଜ୍ୟ ବ୍ୟାଡ଼ମୀଣ୍ଟନ ସଂଘ ର କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ସଭାପତି ଡାକ୍ତର ହୃଦାନନ୍ଦ ନାଏକ, କାର୍ଯ୍ୟକାରୀ ସଭାପତି ବିକ୍ରମ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ଅଭିଷେକ ବିଶ୍ୱାସ, ବରଗଡ଼ ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ସମ୍ପାଦକ ଶିଭମ ଅଗ୍ରୱାଲ, ଏହି ଟୁର୍ନାମେଣ୍ଟ ର ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ,ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ରଂଜିତ ମେହେର ଓ କ୍ଷୀରୋଦ କିଷାନ ପ୍ରମୁଖ ମଂଚାସୀନ ଥିଲେ l

ଟିକେଶ୍ୱର ସାହୁ ଙ୍କର ସଂଯୋଜନା ରେ ଆୟୋଜିତ ଏହି ପ୍ରତିଯୋଗିତା ରେ ଅତିଥି ମାନେ ଦୀପ ପ୍ରଜ୍ବଳନ ପୂର୍ବକ ଟୁର୍ନାମେଣ୍ଟ ର ଉଦଘାଟନ କରିଥିଲେ l

ଏହି ଅବସରରେ ଆଜିକାଲି ଯେପରି ଭାବରେ ବ୍ୟାଡ଼ମୀଣ୍ଟନ ପ୍ରତି ବାଳକ ଓ ବାଳିକା ମାନେ ଆଗ୍ରହ ପ୍ରକାଶ କରୁଛନ୍ତି ସେହି ତୁଳନାରେ ସମ୍ବଲପୁର ସହରରେ ବ୍ୟାଡ଼ମୀଣ୍ଟନ ହଲ ମାନଙ୍କର ଘୋର ଅଭାବ ରହିଛି l କେବଳ ସେତିକି ନୁହେଁ, ସମ୍ବଲପୁର ରେ ଏକ ଉନ୍ନତ ମାନର ଇଣ୍ଡୋର ଷ୍ଟାଡିମ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ଦେଇଥିଲେ l

ସାଙ୍ଗଠନିକ ସମ୍ପାଦକ ତଥା ଏହି ପ୍ରତିଯୋଗିତା ର ଦାୟିତ୍ୱରେ ଥିବା ଅଭିଷେକ ବିଶ୍ୱାସ ଓ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ ପ୍ରମୁଖ ଏହି ପ୍ରତିଯୋଗିତା କୁ ସଂଚାଳନ ର ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ଓଡିଶା ରାଜ୍ୟ ବ୍ୟାଡ଼ମୀଣ୍ଟନ ସଂଘ ଦ୍ୱାରା ଅନୁମୋଦିତ ଟେକ୍ନିକାଲ ଅଫିସିଆଲ ଟିକେଶ୍ୱର ସାହୁ, ମଣି ବେଜି, ନୀଳାଞ୍ଚଳ ସେଠି, ଆୟୁଷ ନନ୍ଦ, ସୂର୍ଯ୍ୟ ପାଣିଗ୍ରାହୀ, ହେମାନନ୍ଦ ଥପା, ବବଲୁ ପ୍ରଧାନ ପ୍ରମୁଖ ମ୍ୟାଚ ଗୁଡିକୁ ପରିଚାଳନା କରୁଛନ୍ତି l

ଏହି ପ୍ରତିଯୋଗିତା ସେପ୍ଟେମ୍ବର ୨୦ ଓ ୨୧ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବାବେଳେ ଏହି ପ୍ରତିଯୋଗିତା ର ବିଜେତା ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାର ସୁଯୋଗ ପାଇବେ l ୨ ଦିନ ଧରି ଆୟୋଜିତ ହେଉଥିବା ଏହି ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଜିଲ୍ଲାର ପାଖାପାଖି ଶହେଜଣ ମହିଳା ଓ ପୁରୁଷ ଖେଳାଳି ଅଂଶଗ୍ରହଣ କରିଛନ୍ତି ବୋଲି ସାଙ୍ଗଠନିକ ସମ୍ପାଦକ ଶ୍ରୀ ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande