ବଲାଙ୍ଗିର, 20 ସେପ୍ଟେମ୍ବର (ହି.ସ.)
ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ସେବାପକ୍ଷ ପାଳନ କରାଯାଉଛି। ଏହି ଅବସରରେ ବିକଶିତ ଭାରତ କେ ରଙ୍ଗ, କଳା କେ ସଙ୍ଗ. ଶୀର୍ଷକ ରେ ଏକ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିସ୍ପର୍ଦ୍ଧା ବଲାଙ୍ଗୀର ସଂସ୍କୃତି ଭବନ ରେ ଓ ଓଡିଶା ଲଳିତ କଳା ଏକାଡେମୀ ର ଆଞ୍ଚଳିକ ଆର୍ଟ ଗେଲେରୀ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି। ସକାଳେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ବିଦ୍ୟାଳୟ, ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଓ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ।ଅପରାହ୍ନ ରେ
“ବିକଶିତ ଭାରତ -୨୦୪୭” ବିଷୟବସ୍ତୁ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଏବଂ ଚିତ୍ରକଳା ପ୍ରତିଯୋଗିତା ସ୍ଥାନୀୟ ଆର୍ଟ ଗେଲେରୀ ଠାରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବଲାଙ୍ଗିର ଲୋକ ସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦାନ କରିଥିଲେ । ଚିତ୍ରକାର କର୍ମଶାଳାରେ ଚାଲୁଥିବା ବିଭିନ୍ନ ଚିତ୍ରକଳା ଦେଖିବା ସହ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରଥମ ହୋଇଥିଲେ ଆଦ୍ୟାଷା ପାତ୍ର, ଦ୍ଵିତୀୟ ହୋଇଥିଲେ ଶ୍ରେୟସୀ ଭୋଇ, ତୃତୀୟ ହୋଇଥିଲେ ସୁମନ ପଟେଲ ସେହିପରି ଭାବେ ମହାବିଦ୍ୟାଳୟ ସ୍ତରରେ ସାଗର ନାଇକ ପ୍ରଥମ, ସ୍ଵସ୍ତିକ ରଞ୍ଜନ ପୁରହିତ ଦ୍ଵିତୀୟ, ଜେ.ନନ୍ଦିନୀ ସରାବୁ ତୃତୀୟ ହୋଇଥିଲେ । ଏହି ସବୁ ପ୍ରତିଯୋଗୀତାରେ ଗୋପାଳ ପ୍ରଧାନ, ସରୋଜ ମହାପାତ୍ର, ଅଶ୍ଵିନୀ ରଥ ଏବଂ ବୃତ୍ତିଗତ ଚିତ୍ରକାର ପ୍ରତିଯୋଗୀତାରେ ଭାବେ ପଦ୍ମଶ୍ରୀ କୈଳାସ ମେହେର, ଅନ୍ତର୍ଯାମୀ ମେହେର ଓ ପ୍ରଭାକର ସାହୁ ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ