ପୁରୀ, ୨୦ ସେପ୍ଟେମ୍ବର (ହି.ସ.)- ଶ୍ରୀମନ୍ଦିର ଛତିଶାନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶେଷ କରି କାର୍ତିକ ମାସର ନୀତି ନିର୍ଘଂଟ ଚୂଡ଼ାନ୍ତ ହୋଇଛି । କାର୍ତିକ ମାସରେ ଭୋର୍ ୪ଟାରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତି ହୋଇଛି ।
ବିଭିନ୍ନ ନିଯୋଗର ସଭାପତି ସମ୍ପାଦକ ଓ ବରିଷ୍ଠ ସଭ୍ୟ ମାନେ ଏଥିରେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ