ଆଗାମୀ ୨୪ ଘଂଟା ମଧ୍ୟରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
ଭୁବନେଶ୍ୱର, ୨୧ ସେପ୍ଟେମ୍ବର (ହି.ସ.)- ଉପର ବାୟୁ ଘୂର୍ଣ୍ଣିବଳୟ ମିଆଁମାର-ଦକ୍ଷିଣ ବାଂଲାଦେଶ ଉପକୂଳ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାଗର ଉପରେ ରହିଛି ଏବଂ ସମୁଦ୍ର ପତନ ଠାରୁ ୫.୮ କି.ମି. ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍
ଆଗାମୀ ୨୪ ଘଂଟା ମଧ୍ୟରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା


ଭୁବନେଶ୍ୱର, ୨୧ ସେପ୍ଟେମ୍ବର (ହି.ସ.)- ଉପର ବାୟୁ ଘୂର୍ଣ୍ଣିବଳୟ ମିଆଁମାର-ଦକ୍ଷିଣ ବାଂଲାଦେଶ ଉପକୂଳ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାଗର ଉପରେ ରହିଛି ଏବଂ ସମୁଦ୍ର ପତନ ଠାରୁ ୫.୮ କି.ମି. ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେହିପରି ପ୍ରାୟ ସେପ୍ଟେମ୍ବର ୨୫ ବେଳକୁ ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତର ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରି ପ୍ରାୟ ୨୬ ତାରିଖରେ ଦକ୍ଷିଣଓଡ଼ିଶା- ଉତର ଆନ୍ଧ୍ରପ୍ରଦେଶ ଉପକୂଳରୁ ଉତର -ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି । ପ୍ରାୟ ସେପ୍ଟେମ୍ବର ୨୭ ତାରିଖରେ ଏହା ଦକ୍ଷିଣ ଓଡ଼ିଶା - ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande