ବ୍ଲକ ପୁର୍ନଗଠନ ଆଲୋଚନାଚକ୍ର ଅନୁଷ୍ଠିତ
କେନ୍ଦୁଝର, 21 ସେପ୍ଟେମ୍ବର (ହି.ସ.) ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ସ୍ଥିତ ତୃପ୍ତି ସଫାରୀ ଠାରେ ବ୍ଲକ ପୁନର୍ଗଠନ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇ ଅଛି।ପୁର୍ବତନ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ରାଜକିଶୋର ବାରିକ ଙ୍କ ସଭାପତିତ୍ବ ରେ ଆୟୋଜିତ ଆଲୋଚନାଚକ୍ର ରେ ହରିଚନ୍ଦନପୁର ବ୍ଲକର
ବ୍ଲକ ପୁର୍ନଗଠନ ଆଲୋଚନାଚକ୍ର ଅନୁଷ୍ଠିତ


କେନ୍ଦୁଝର, 21 ସେପ୍ଟେମ୍ବର (ହି.ସ.)

ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ସ୍ଥିତ ତୃପ୍ତି ସଫାରୀ ଠାରେ ବ୍ଲକ ପୁନର୍ଗଠନ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇ ଅଛି।ପୁର୍ବତନ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ରାଜକିଶୋର ବାରିକ ଙ୍କ ସଭାପତିତ୍ବ ରେ ଆୟୋଜିତ ଆଲୋଚନାଚକ୍ର ରେ ହରିଚନ୍ଦନପୁର ବ୍ଲକର 6 ଗୋଟି ଗ୍ରାମପଞ୍ଚାୟତ, ଘଟଗାଁର 9ଟି ଗ୍ରାମପଞ୍ଚାୟତ ଓ ବାଉଁଶପାଳ ବ୍ଲକ ଅନ୍ତର୍ଗତ ବାରହାଗଡ ଗ୍ରାମପଞ୍ଚାୟତ, ଗୋନାସିକା ଗ୍ରାମପଞ୍ଚାୟତ ର ତଳରାଇଡିହା ,ଜନ୍ତାରୀ, ତଳ ବୈତରଣୀ ଓ କୋଡିପଶା ଗ୍ରାମପଞ୍ଚାୟତ ର କୁଣ୍ଢେଇ, ତଳ କଂସ, ଦୁଆର ଶୁଣି ,ତୋରାଣିପାଣି ,ଘୁଙ୍ଗି ଗାଁର ବୁଦ୍ଧିଜୀବୀ, ପଞ୍ଚାୟତ ରାଜ ପ୍ରତିନିଧିଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ସରକାରଙ୍କ ନୂତନ ବ୍ଲକ ପୁର୍ନଗଠନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଥିଲା ।ଆଦିବାସୀ ବହୁଳ ଜିଲ୍ଲାରେ ଏହି 18 ଗୋଟି ଅବହେଳିତ ଅପହଞ୍ଚ ତଥା ବିକାଶ ଆଢୁଆଳ ରେ ରହିଯାଇ ଥିବା ଗ୍ରାମପଞ୍ଚାୟତ ଗୁଡିକୁ ନେଇ ଏକ ନୂଆ ବ୍ଲକ ଗଠନ ନିମିତ୍ତ ପ୍ରସ୍ତାବ ଗୃହିତ କରାଯାଇ ଥିଲା ।ଏବଂ ସରକାରଙ୍କ ଦୃଷ୍ଟିଆକଷଣ ପାଇଁ ଏକ ସାମୁହିକ ଦରଖାସ୍ତ ଦିଆଯିବାର ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା ।ନୂତନ ବ୍ଲକ ଗଠନ ନିମିତ୍ତ ଆବଶ୍ୟକ ଦସ୍ତାବିଜ ଓ ବିପୁଳ ଜନମତ ସୃଷ୍ଟି କରିବା ସହ ଆଗାମୀଦିନରେ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ମାନ୍ଯବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ପ୍ରଦେଶ ଙ୍କୁ ସାକ୍ଷାତ କରି ଆଲୋଚନା କରାଯିବାର ପ୍ରସ୍ତାବ ଗୃହିତ କରାଯାଇ ଅଛି ।ଆଜିର ଏହି ଆଲୋଚନାଚକ୍ର ରେ ବରିଷ୍ଠ ଆଦିବାସୀ ନେତା ଶ୍ରୀ ବୃନ୍ଦାବନ ନାଏକ, ଶ୍ରୀ ଦେବେନ୍ଦ୍ର ନାଏକ, ଶ୍ରୀଯୁକ୍ତ ରମେଶ ପଲେଇ, 7ନଂ ଜୋନ ଜିଲ୍ଲାପରିଷଦ ଶ୍ରୀମତୀ ଯାଜ୍ଞସେନୀ ମହାନ୍ତ,ବିରଞ୍ଚିନାରାୟଣ ଭୂଳୁଗାୟାଅଁ ,ଶରଣ ଦେହୁରୀ,ରମେଶ ନାଏକ, କୁମର ନାଏକ, ଅଗସ୍ତି ନାଏକ, ନୁଠୁ ବାରିକ, କୃଷ୍ଣ ଚନ୍ଦ୍ର ମହାନ୍ତ, ଗଣେଶ୍ବର ମହାନ୍ତ, ଲକ୍ଷ୍ମଣ ମହାନ୍ତ, ରାଧେଶ୍ୟାମ ଦେହୁରୀ ,ମାଧବାନନ୍ଦ ମହାନ୍ତ, ଶ୍ରୀଯୁକ୍ତ ଡମ୍ବରୁଧର ଘଣା, ଶ୍ରୀଯୁକ୍ତ ଯଦୁମଣୀ ନାଏକ ସହିତ ବହୁ ସରପଞ୍ଚ, ସମତି ସଭ୍ଯଙ୍କ ଅଭିଭାଷଣ ମତାମତ ସଂଗ୍ରହ କରାଯାଇ ଥିଲା। କାର୍ଯ୍ୟକ୍ରମ କୁ ମନୋଜ କୁମାର ପଟେଲ, ନରେନ୍ଦ୍ର ନାଏକ, ତୁଷାର ଭୂଷଣ ମହାନ୍ତ, ରାମ ମହାନ୍ତ, ସୁମନ୍ତ ଖାଟୁଆ, ତପନ ନାଏକ, ହରେକୃଷ୍ଣ ଦେହୁରୀ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande