ବିଜେଡିର ସୁପର ଲିଡର ଗୃହ ଚଳେଇ ଦେଉ ନାହାନ୍ତି – ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.) ଓଡିଶା ବିଧାନସଭାରେ ବିଜେଡି ବିଧାୟକ ମାନଙ୍କର ଲଗାତାର ହଟ୍ଟଗୋଳ କାରଣରୁ ଗୃହ କାର୍ଯ୍ୟ ନ ଚାଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ ବିଜେଡିର ସୁପର ଲିଡର ଗୃହ ଚଳେଇ ଦେଉ ନାହାନ୍ତି ବିଧାନସଭା
ବିଜେଡିର ସୁପର ଲିଡର ଗୃହ ଚଳେଇ ଦେଉ ନାହାନ୍ତି – ଜୟ ନାରାୟଣ ମିଶ୍ର


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.) ଓଡିଶା ବିଧାନସଭାରେ ବିଜେଡି ବିଧାୟକ ମାନଙ୍କର ଲଗାତାର ହଟ୍ଟଗୋଳ କାରଣରୁ ଗୃହ କାର୍ଯ୍ୟ ନ ଚାଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ ବିଜେଡିର ସୁପର ଲିଡର ଗୃହ ଚଳେଇ ଦେଉ ନାହାନ୍ତି

ବିଧାନସଭା ଅଚଳାବସ୍ଥା ନେଇ ବିଜେପି ବିଧାୟକ ଜୟନାରାୟଣ କହିଛନ୍ତି ଯେ, ପ୍ରଥମ ଦିନରୁ ବିଜେଡିର ଷ୍ଟ୍ରାଟେଜି ଥିଲା ଯେ, ବିଧାନସଭା ଚଲେଇଦେବା ନାହିଁ । ତାଙ୍କର ସୁପର ଲିଡର ଯିଏ ଅଛନ୍ତି, ସେ କହିଛନ୍ତି ବିଧାନସଭା ଚଲାଇଦେବାନି । ତାଙ୍କ ଦଳର ନେତା ବିଧାନସଭା ଆସିବାକୁ ଅକ୍ଷମ, ତେଣୁ ଏପରି କରୁଛନ୍ତି । ତାଙ୍କର ଯଦି ଆନ୍ତରିକ ଇଚ୍ଛା ଥାଆନ୍ତା ସେମାନେ ଲେଖିକି ଦିଅନ୍ତେ ।

ସେ କହିଛନ୍ତି ଯେ, ବିଜେଡିର ବରିଷ୍ଠ ନେତା ମଧ୍ୟ ଲବିରେ କହୁଛନ୍ତି ନିର୍ଦ୍ଦେଶ ପାଇ ଗୃହ ବନ୍ଦ କରୁଛୁ । ଗୃହରେ ଚୁପ୍ ରହୁଛନ୍ତି, କେଉଁ ଫର୍ମରେ ଆଲୋଚନା କରିବେ ସ୍ପଷ୍ଟ କରୁନାହାନ୍ତି । ମୁଲତବୀରେ ଆଲୋଚନା କରିବେ କି ଶୂନ୍ୟକାଳରେ କରିବେ କାହା ଅସ୍ପଷ୍ଟ । ସେ କହିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ବିଧାନସଭାକୁ ବନ୍ଦ କରୁଛି । ସେକେଣ୍ଡ ପୋଜିସନ ପାଇଁ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଏହି ପ୍ରତିଯୋଗିତା ଚାଲିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande