କେନ୍ଦୁଝର, ୨୧ ସେପ୍ଟେମ୍ବର (ହି.ସ.) - ଆଜି ଭାଗବତ ଗାଦି ପୂଜାର୍ଚ୍ଚନା ପରେ ଭାଗବତ ପାରାୟଣ ଆରମ୍ଭ ହୋଇଥିଲା । କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ପ୍ରଥମେ ପଂଚମ ସ୍କନ୍ଧ ପାରାୟଣ ଆରମ୍ଭ କଲେ । ଏହାପରେ ଓଡ଼ିଶା ଆତ୍ମଧାର୍ମ ମହାସଂଘ ସଭାପତି ପୂଜାରୀ ପ୍ରଧାନ, ପାରେଶ୍ୱର ବେହେରା, ଡ଼ୁଃଖୁ ଭୋଇ , ମାଧ ବାରିକ , ଡିଗ୍ରୀ ଭୋଇ, ସୁବାସ ଭୋଇ, ହରି ଭୋଇ, ନାରଣ ଦେହରୀ ପ୍ରମୁଖ ଭାଗବତ ପାରାୟଣ କରିଥିଲେ । ସନ୍ଧ୍ୟା ଆଳତି ପରେ ଭାଗବତ ଆଲୋଚନା ତଥା ଭଜନ କୀର୍ତନ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA