125 ହୋମଗାର୍ଡ ପଦବୀ ପାଇଁ 5 ହଜାରରୁ ଉର୍ଦ୍ଧ ପରୀକ୍ଷାର୍ଥୀ
ଜୟପୁର , 21 ସେପ୍ଟେମ୍ବର (ହି.ସ.) ଆଜି ଥିଲା 125 ଗୋଟି ହୋମଗାର୍ଡ ପାଇଁ ଲିଖିତ ପରୀକ୍ଷା। ସ୍ଥାନୀୟ ସରକାରୀ ଡି ଏ ଭି ମହାବିଦ୍ୟାଳୟ ପଡିଆ ରେ ସକାଳ 7 ଟାରୁ ଆରମ୍ଭ ହୋଇଥିଲା ଲିଖିତ ପରୀକ୍ଷା। କିଏ ଗ୍ରାଜୁଏଟ ଆଉ କିଏ ପୋଷ୍ଟ ଗ୍ରାଜୁଏଟ କରିଥିବା ଯୁବକ ଯୁବତୀ 125 ଟି ପଦବୀ ପୁରଣ ପାଇଁ 7281 ଜଣ ପ୍
125 ହୋମଗାର୍ଡ ପଦବୀ ପାଇଁ 5 ହଜାରରୁ ଉର୍ଦ୍ଧ ପରୀକ୍ଷାର୍ଥୀ


ଜୟପୁର , 21 ସେପ୍ଟେମ୍ବର (ହି.ସ.) ଆଜି ଥିଲା 125 ଗୋଟି ହୋମଗାର୍ଡ ପାଇଁ ଲିଖିତ ପରୀକ୍ଷା। ସ୍ଥାନୀୟ ସରକାରୀ ଡି ଏ ଭି ମହାବିଦ୍ୟାଳୟ ପଡିଆ ରେ ସକାଳ 7 ଟାରୁ ଆରମ୍ଭ ହୋଇଥିଲା ଲିଖିତ ପରୀକ୍ଷା। କିଏ ଗ୍ରାଜୁଏଟ ଆଉ କିଏ ପୋଷ୍ଟ ଗ୍ରାଜୁଏଟ କରିଥିବା ଯୁବକ ଯୁବତୀ 125 ଟି ପଦବୀ ପୁରଣ ପାଇଁ 7281 ଜଣ ପ୍ରାର୍ଥି ଥିବା ବେଳେ ସେମାନଙ୍କ ମଧ୍ୟରୁ 5690 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ଲିଖିତ ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇ ଯାଇଥିବା ବେଳେ ସରକାରୀ ଚାକିରୀ ଟିଏ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଉଚ୍ଚ ହେଲେବି ଅନେକ ପରୀକ୍ଷାର୍ଥୀ ଖୁସିରେ ପରୀକ୍ଷା ଦେଇଛନ୍ତି। ଅନ୍ୟ ପଟେ କୋରାପୁଟ ଏସପି ରୋହିତ ବର୍ମା ପରୀକ୍ଷାରେ ଉଚ୍ଚ ଶିକ୍ଷାତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ହୋମଗାର୍ଡ ଭଳି ପଦବୀ ପାଇଁ ଭଲ ଉଚ୍ଚ ଶିକ୍ଷିତ ପ୍ରାର୍ଥି ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande