ଜୟପୁର, ୨୧ ସେପ୍ଟେମ୍ବର (ହି.ସ.) - ଜୟପୁର ସହରରେ ଶାରଦୀୟ ନବରାତ୍ରପୂଜା ସୋମବାର ଠାରୁ ରୀତିନିତିରେ ଶୁଭାରମ୍ଭ ହୋଇଯାଇଛି । ସହରର ବିଭିନ୍ନ ଦୈବୀପୀଠ ସମେତ ୪ଟି ପୂଜାମଣ୍ଡପରେ ମୃଣମୟୀ ମୂର୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଓ ହୋମଯଜ୍ଞ ନବରାତ୍ର ଆରମ୍ଭ ହୋଇଛି ଏହିପରି ସହର ବିଭିନ୍ନ ଦୈବୀପୀଠ ଗୁଡିକ ବିଦ୍ୟୁତ ରଙ୍ଗୀନ ଲାଇଟ ରେ ଝଲସୁଛି । ଦୈବୀ ପୀଠ ମାନଙ୍କରେ ଷୋଡଶ ଉପଚାରରେ ଗତ ମୂଳାଷ୍ଟମୀ ଠାରୁ ରୀତିନୀତିରେ ପୂଜାରମ୍ଭ ହୋଇଥିଲେ ସୁଦ୍ଧା ରବିବାର ମହାଳିୟା ଅମାବାସ୍ୟା ଏବଂ ସୋମବାର ରାତିରୁ ସହରର ରଥପଡିଆ ଛକ, ଘୋରଇବସ ନୂଆବସଷ୍ଟାଣ୍ଡ, ଆକଶବାଣୀ ଛକ ଠାରେ ମହିଷାସୂରମର୍ଦ୍ଦନୀଙ୍କ ମୃଣମୟୀ ମୂର୍ତି ଏବଂ ସ୍ଥାନୀୟ ଗୁଜରାଟି କଲୋନୀ ଠାରେ ବ୍ୟାଘ୍ର ଦେବୀଙ୍କ ମୃଣମୟୀ ମୂର୍ତିଙ୍କୁ ସ୍ଥାପନ କରାଯାଇ ରୀତିନୀତି ପୂଜାର୍ଚ୍ଚନାରେ ପୂଜାର୍ଚ୍ଚନା କରାଯାଇ ଦେବୀଙ୍କୁ ଭକ୍ତ ମାନେ ଦର୍ଶନ କରିବେ । ଏହିପରି ପୂଜାମଣ୍ଡପରେ ମୃଣମୟୀ ଦେବୀଙ୍କ ମୂର୍ତି ନିର୍ମାଣ ଶେଷ ହୋଇଥିବା ବେଳେ ଘଂଟା ଓ ବାଜା ବାଜଣା ମଣ୍ଡପ ଗୁଡିକରେ ସାଜସଜ୍ଜା ଆରମ୍ଭ ହୋଇଯାଇଛି । ସୋମବାର ପୂର୍ବାହ୍ନ ଠାରୁ ସୂର୍ଯ୍ୟପୂଜା, ଶୁଭକୁମ୍ଭ ସ୍ଥାପନ, ଆବାହନ, ପ୍ରାଣପ୍ରତିଷ୍ଠା,ବିଳ୍ୱପତ୍ର ବରଣ, ପଂଚ ଏବଂ ଷୋଡଶ ଉପଚାରରେ ପୂଜା, ପୂର୍ଣ୍ଣ କଳସ ସ୍ଥାପନ, ଚଣ୍ଡୀପାଠ, ହୋମଯଜ୍ଞ ଏବଂ ଅନ୍ନଭୋଗ ସହିତ ପୂଜାର୍ଚ୍ଚନା ଶୁଭାରମ୍ଭ ହୋଇଛି । ଆସନ୍ତା ଅଷ୍ଟମୀ ତିଥି ପର୍ଯ୍ୟନ୍ତ ଦେବୀଙ୍କ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ଅନୁଷ୍ଠିତ ହେବ ଶେଷରେ ବୋଦାବଳିରେ ଶେଷ ହେବା ପରେ ନବମୀ ତିଥିରେ ଶାନ୍ତି ହୋମ ଏବଂ ଦଶହରାରେ ଅପରାଜିତା ପୂଜାରେ ଶେଷ ହେବ ଶାରଦୀୟ ଦେବୀ ପୂଜାର୍ଚ୍ଚନାରେ ଶେଷ ହେବ । ସୋମବାର ରାତି ଠାରୁ ମାନସିକଧାରୀ ଏବଂ ନବରାତ୍ର ବ୍ରତାଧାରୀ ମାନେ ବିଭିନ୍ନ ଦୈବୀ ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ଜଳନ ସହିତ ଗୋଟିଏ ଓଳି ଅନ୍ନଭୋଗ ଖାଇବା ଏବଂ ଲାଲବସ୍ତ୍ର ଧାରଣ , ଖାଲିପାଦରେ ଭକ୍ତିର ସହିତ ପୂଜାର୍ଚ୍ଚନା କରିବେ । ଜୟପୁର ସହରର ଅଧିଷ୍ଠାତ୍ରୀ ଦେବୀ ଭଗବତୀ, ଦକ୍ଷିଣ କାଳୀ, ଜଗତଜନନୀ, ବସନ୍ତାୟୀ, ଭୂପତିସାହି କନକଦୁର୍ଗା, ବେହେରାସାହି କାଳୀ ମନ୍ଦିରରେ, ପୁରୁଣାଗଡ ଡଙ୍ଗରଦେବୀ ମନ୍ଦିର ପୀଠ, ଲୋକେଶ୍ୱରୀ ମନ୍ଦିରରେ ନବରାତ୍ର ଅବସରରେ ହୋମଯଜ୍ଞ ପୂଜାର୍ଚ୍ଚନା ଆରମ୍ଭ ହେବ ।
ହିନ୍ଦୁସ୍ଥାନ ସମାଚାର / ପିକେପି