ସମ୍ବଲପୁର, ୨୧ ସେପ୍ଟେମ୍ବର (ହି.ସ.) - ଲୋକେ ଶିକ୍ଷିତ ହେଲେ ସମାଜର ସମ୍ମାନ ବୃଦ୍ଧି ହୋଇଥାଏ, ସମାଜରେ ଏକଜୁଟ ହୋଇ କାର୍ଯ୍ୟ କଲେ ଜାତିର ଗୌରବ ବଢ଼ିଥାଏ । ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ କବରାପାଲି ପଂଚାୟତ ଅନ୍ତର୍ଗତ କୁଟୁରାଯୋରୀ ଠାରେ ଆୟୋଜିତ ଖଡିଆ ସାଂସ୍କୃତିକ ସେବା ସମାଜ ପକ୍ଷରୁ ନୁଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ମଂଚାସୀନ ଅତିଥି ମାନେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରି ସମାଜକୁ ସଚେତନ କରାଇଛନ୍ତି । ଖଡିଆ ସାଂସ୍କୃତିକ ସେବା ସମାଜର ସମ୍ବଲପୁର ଜିଲା ସଭାପତି ରାଜୁ ଖଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ସମେତ ବରଗଡ ଏବଂ ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଖଡିଆ ଜନଜାତିର ପୁରୁଷ ଓ ମହିଳାମାନେ ସାମିଲ ହୋଇଥିଲେ । ପ୍ରାରମ୍ଭରେ କୁଟୁରାଯୋରୀ ଗ୍ରାମର ଶହୀଦ ସୈନିକ ପ୍ରସନ୍ନ କୁମାର ଯୌଡାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯିବା ପରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଏହାପରେ ଖଡିଆ ସାଂସ୍କୃତିକ ସେବା ସମାଜର ଜିଲା ସଭାପତି ରାଜୁ ଖଡିଆ ପାରମ୍ପାରିକ ରୀତିନୀତି ଅନୁସାରେ ମାଁ ସମଲେଇ, କରମସାନୀ ଏବଂ ଖଡିଆ ସମାଜରେ ରହିଥିବା ୯ ଟି ବର୍ଗର ପୂର୍ବପୁରୁଷ ଏବଂ ସହିତ ତେଲେଙ୍ଗା ଖଡିଆଙ୍କୁ ସ୍ମରଣା ଏବଂ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଖଡିଆ ସମାର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ ବିକାଶ ସହ ସାମାଜିକ ସଂସ୍କାର ଏବଂ ଭାଷା ସଂସ୍କୃତିର ସଂରକ୍ଷଣ ଉପରେ ସମାଜର ଉପ ସଭାପତି ତରଣୀ ଖଡିଆ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଖଡିଆ ସମାଜର ବରିଷ୍ଠ ନାଗରିକ ସୁରୁଯୌଡା, କାହ୍ନୁ ଯୌଡା, ସବିତା ଯୌଡା, ସରସ୍ୱତୀ ଯୌଡା, ସୂର୍ଯ୍ୟ ଯୌଡା ପ୍ରମୁଖ ମଂଚାସୀନ ରହିଥିଲେ। କାର୍ଯ୍ୟକ୍ରମକୁ ଖଡିଆ ସାଂସ୍କୃତିକ ସେବା ସମାଜର ସାଧାରଣ ସମ୍ପାଦକ ବସନ୍ତ କୋକବାକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ଆଶିଷ ଯୌଡା, ପ୍ରହଲ୍ଲାଦ ଯୌଡା, ରବିନ୍ଦ୍ର ଯୌଡା, ରମାକାନ୍ତ ଯୌଡା ବିରଂଚି ଖଡିଆ, ନାରାୟଣ ଯୌଡା ବିଶ୍ୱ କଡିଆ, ରାଜେଶ ଖଡିଆ, ହାରୁନ ଖଡିଆ, ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସହଦେବ ମୁଣ୍ଡାଙ୍କ ଦ୍ୱାରା ଜନଜାତି ମାନଙ୍କର ଚର୍ଚ୍ଚିତ ବସ୍ତ୍ର ପ୍ରଦର୍ଶନୀ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ