କୋରେଇ, ୨୧ ସେପ୍ଟେମ୍ବର (ହି.ସ.) - ପାଣିକୋଇଲି ପଥରପଦା ଲକ୍ଷ୍ମୀବିହାର ପକ୍ଷରୁ ଚଳିତ ବର୍ଷ ଲକ୍ଷ୍ମୀପୂଜା ପାଇଁ ପବିତ୍ର ମହାଳୟା ଅମାବାସ୍ୟାରେ ମାଟି ଉଠାଣ କାର୍ଯ୍ୟ ଆରମ୍ଭ ହୋଇଛି । ୯ମ ବାର୍ଷିକ ଲକ୍ଷ୍ମୀପୂଜା ପାଇଁ ଆଜି ମାଟି ଉଠାଣ ଅବସରରେ ଅନୁଷ୍ଠାନର ସଭାପତି ସତ୍ୟାନନ୍ଦ ମହାରଣା, ସମ୍ପାଦକ କୁଳମଣି ଦାସ, ନିଳମଣି ନାୟକ, ଭଜହରି ମାଝୀ, ସନ୍ତୋଷ ପାତ୍ର, ଶୋଭିନ ପରିଡା, ସେମାନାଥ ନାୟକ, ସୁକାନ୍ତ ପ୍ରଧାନ, ନିଳମଣି ଦାସ, ଆଦିତ୍ୟ ବାରିକ, ନିରଂଜନ ବେହେରା ପ୍ରମୁଖଙ୍କ ସମେତ ବହୁ କର୍ମକର୍ତା ଯୋଗଦେଇଥିଲେ । ଚଳିତ ବର୍ଷ ଲକ୍ଷ୍ମୀପୂଜାକୁ ସରସ ସୁନ୍ଦର କରିବା ଲକ୍ଷ୍ୟରେ ସମସ୍ତ ସଦସ୍ୟ କାର୍ଯ୍ୟକରିବେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ