ଫୁଲବାଣୀ ରେ ଜିଲ୍ଲା ସ୍ତରୀୟ, ନମୋ ଯୁବା ରନ୍ ଫର୍ ନଶା ମୁକ୍ତ ଭାରତ
Yuva Run Program for Nasha mukta Abhiyan
ଫୋଟ


କନ୍ଧମାଳ , ୨୧ ସେପ୍ଟେମ୍ବର (ହି.ସ.)-

ଆଜି ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମାରାଥନ (ନମୋ ଯୁବା ରନ୍ ଫର୍ ନଶା ମୁକ୍ତ ଭାରତ )ଆୟୋଜିତ ହୋଇଯାଇଛି । ଏହାର ଉଦ୍ଦେଶ୍ୟ ଥିଲା ସେବା, ସମର୍ପଣ ଓ ସଂବାଦ । ଏହା ସ୍ଥାନୀୟ କୋରୋନେସନ ଗ୍ରାଉଣ୍ଡରୁ ବାହାରି ମାଦିକୁନ୍ଦା ଛକ ଏବଂ ମାଦିକୁନ୍ଦା ଛକରୁ ଆସି କୋରୋନେସନ ଗ୍ରାଉଣ୍ଡରେ ଶେଷ ହୋଇଥିଲା । ଏହି ମାରଥନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଅବକାରୀ ଅଧିକ୍ଷକ ଶ୍ରୀ ସୁଶାନ୍ତ କୁମାର ପାଢି , ମାନ୍ୟବର ବିଧାୟକ, ଫୁଲବଣୀଙ୍କ ପ୍ରତିନିଧି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି , ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସମୀର କୁମାର ନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ, ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀଙ୍କ ପାଖାପାଖି ସାତ ଶହ ଜଣ ପ୍ରତିଯୋଗୀ ସମସ୍ତ ବିଦ୍ୟାଳୟର ପି.ଇ.ଟି. ଓ ଅନ୍ୟାନ୍ୟ ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande