ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ, ସ୍ଥାନୀୟ ଅଂଚଳରେ ଶୋକର ଛାୟା
କୋରେଇ, ୨୧ ସେପ୍ଟେମ୍ବର (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ବର୍ତମଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଖରୀରେ ବୁଡି ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ପ୍ରକାଶଯେ ବର୍ତମଣା ଗ୍ରାମର ନାରାୟଣ ମୁଦୁଲି (୭୩) ଆଜି ସକାଳେ ବର୍ତମଣା ପଦ୍ମପୋଖରୀ ବୁଡି ମୃତ୍ୟୁ ବରଣ କର
ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ, ସ୍ଥାନୀୟ ଅଂଚଳରେ ଶୋକର ଛାୟା


କୋରେଇ, ୨୧ ସେପ୍ଟେମ୍ବର (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ବର୍ତମଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଖରୀରେ ବୁଡି ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ପ୍ରକାଶଯେ ବର୍ତମଣା ଗ୍ରାମର ନାରାୟଣ ମୁଦୁଲି (୭୩) ଆଜି ସକାଳେ ବର୍ତମଣା ପଦ୍ମପୋଖରୀ ବୁଡି ମୃତ୍ୟୁ ବରଣ କରିଛନ୍ତି । ଗତ କରୋନା ସମୟରେ ନାରାୟଣଙ୍କ ଏକ ମାତ୍ର ପୁତ୍ର ନରେନ୍ଦ୍ର କରୋନାରେ ପିଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ନରେନ୍ଦ୍ରଙ୍କ ଦୁଇ ପୁତ୍ରର ଏକମାତ୍ର ଭରଷା ସାଜିଥିଲେ ନାରାୟଣ । ଘରେ ଜଣେ ଭଉଣୀ ବିବାହ ନକରି ଟିଉସନ କରି ପରିବାରର ଭାର ସମ୍ଭାଳିଥିଲେ । ହେଲେ ଦୁଖଃ ପରେ ଦୁଖଃ ଘୋଟି ଆସିଲା ପରିବାର ଉପରେ । ଆଜି ସକାଳେ ଶୌଚ ହେବାକୁ ଯାଇ ପୋଖରୀର ଗଭୀର ଜଳରେ ବୁଡି ଯାଇଥିଲେ ନାରାୟଣ । ସ୍ଥାନୀୟ ଲୋକମାନେ ଏହା ଦେଖି ତାଙ୍କୁ ପାଣିରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ହେଲେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ଏକ ଅପମୃତ୍ୟୁ ମାମଲା ୩୪/୨୫ ରୁଜ୍ଜୁ ହୋଇଥିଲା । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ପଂଚାନାମା କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲା । ପରେ ଶବ ଗ୍ରାମରେ ପହଂଚିବା ପରେ ଏକ ଶୋକାକୂଳ ପରିବେଶରେ ଗ୍ରାମ ଶସ୍ମାସନରେ ଶେଷକୃତ ସମ୍ପନ୍ନ ହୋଇଥିଲା । ଶେଷରେ ନାତି ପ୍ରିୟାଂଶୁ ମୁଦୁଲି ମୁଖାଗ୍ନୀ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande