ସେବା ପକ୍ଷରେ କେନ୍ଦୁଝର ନଗର ବିଜେପିର ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ
କେନ୍ଦୁଝର, ୨୧ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଦେଶବ୍ୟାପୀ ''ସେବା ପକ୍ଷ'' ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ସହରର ସରକାରୀ ବସଷ୍ଟାଣ୍ଡ ପରିସରରେ ବିଜେପି ନଗର ମଣ୍ଡଳ ପକ୍ଷରୁ ନଗର ସଭାପତି ଅସିତ ନନ୍ଦନ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜି
ସେବା ପକ୍ଷରେ କେନ୍ଦୁଝର ନଗର ବିଜେପିର ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ


କେନ୍ଦୁଝର, ୨୧ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଦେଶବ୍ୟାପୀ 'ସେବା ପକ୍ଷ' ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ସହରର ସରକାରୀ ବସଷ୍ଟାଣ୍ଡ ପରିସରରେ ବିଜେପି ନଗର ମଣ୍ଡଳ ପକ୍ଷରୁ ନଗର ସଭାପତି ଅସିତ ନନ୍ଦନ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ 'ସ୍ୱଚ୍ଛ ଭାରତ ଅଭିଯାନ' କାର୍ଯ୍ୟକ୍ରମରେ ବିଜେପି ର ଦଳୀୟ ନେତୃବୃନ୍ଦଙ୍କ ସହ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ। ସ୍ୱଚ୍ଛ ପରିବେଶ ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ। ତେଣୁ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସଂକଳ୍ପ ନେବା ସହିତ ଏକ ବିକଶିତ ରାଷ୍ଟ୍ର ତଥା ବିକଶିତ କେନ୍ଦୁଝର ନିର୍ମାଣ କରିବାପାଇଁ ବିଜେପି ନେତା ବିଶ୍ୱଜିତ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ଜିଲ୍ଲା ଉପସଭାପତି ଗୋପୀନାଥ ରାମ, ସୁବ୍ରତ ମହାନ୍ତି, ନଗର ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର, ଉପସଭାପତି ଦୁର୍ଯ୍ୟୋଧନ ସାହୁ, ସମ୍ପାଦକ ଦୁର୍ଗା ବାରିକ, ସାଂସଦ ପ୍ରତିନିଧି ଶ୍ୟାମସୁନ୍ଦର ନାଏକ, ଲୋକସଭା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ, ସତ୍ୟନାରାୟଣ ବାରିକ, ମନୋରଞ୍ଜନ ମିଶ୍ର, ପ୍ରଦୀପ ବେହେରା, ପ୍ରଶାନ୍ତ ସାହୁ, ସାବିତ୍ରୀ ବିଶ୍ୱାଳ, ସସ୍ମିତା ପ୍ରଧାନ, ଶରତ ବାରିକ, ଗୋପାଳଚନ୍ଦ୍ର ନନ୍ଦ, ପ୍ରତାପ ନାଏକ, ରାଜେନ୍ଦ୍ର ନାଏକ, ରବୀନ୍ଦ୍ର ମହାନ୍ତ, ସଞ୍ଜୟ କୁମାର ଦାସ, କାଳିପ୍ରସାଦ ସାହୁ, ରାଜେଶ ଦେହୁରୀ, ମଳୟ ରଞ୍ଜନ ଦାସ, ଦେବାଶିଷ ଦାସ, ଜଗମୋହନ କର, ଦେବାଶିଷ ମୁଖୀ, ଅମ୍ରିତ ସା, ଅଜୟ ପାତ୍ର, ଯୁଗଳ ମହାନ୍ତ, ରତ୍ନାକର ମହାପାତ୍ର ପ୍ରମୁଖ ତଥା ଅନ୍ୟମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande