ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ
ବ୍ରହ୍ମପୁର, ୨୧ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ଅଧିବେଶନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ଶାଖା ସଭାପତି ତଥା କେନ୍ଦ୍ରୀୟ କମିଟି ଉପସଭାପତି ଡଃ. ସୁବ୍ରତ କୁମାର ସାହୁ ଅଧ୍ୟକ୍ଷତା କରିଥିବା
ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ


ବ୍ରହ୍ମପୁର, ୨୧ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ଅଧିବେଶନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ଶାଖା ସଭାପତି ତଥା କେନ୍ଦ୍ରୀୟ କମିଟି ଉପସଭାପତି ଡଃ. ସୁବ୍ରତ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ସମ୍ମିଳନୀର ଗଜପତି ଜିଲ୍ଲା ସମ୍ପାଦକ ବିନୋଦ ଚନ୍ଦ୍ର ଜେନା, ଉପସଭାପତି, ଡଃ. ବନମାଳୀ ପାଣିଗ୍ରାହୀ ଏବଂ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସିନ୍ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସମ୍ପାଦକ ଶ୍ରୀପଲ୍ଲବ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରି ପ୍ରସ୍ତାବ ଆଗତ କରିଥିଲେ। ସମ୍ମିଳନୀର କେନ୍ଦ୍ରୀୟ କମିଟି ନିର୍ଦେଶ ଅନୁସାରେ ଜିଲ୍ଲା ଶାଖାର ୨୦୨୫ ରୁ ୨୦୨୮ ପର୍ଯ୍ୟନ୍ତ ତିନିବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବରେ ସମ୍ମିଳନୀର ବରିଷ୍ଠ ସଦସ୍ୟ ସୀମାଞ୍ଚଳ ପ୍ରସାଦ ବିଷୋୟୀ ଏବଂ କାହ୍ନୁ ବାଳକୃଷ୍ଣ ବିହାରୀ ନିର୍ବାଚନ ପରିଚାଳନା କରିଥିଲେ। ଅନୁଷ୍ଠିତ ନିର୍ବାଚନରେ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବରେ ଡଃ. ସୁବ୍ରତ କୁମାର ସାହୁ, ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀ, ଡଃ. ବାୟାମନୁ ଚର୍ଚ୍ଚି, ଜିଲ୍ଲା ପ୍ରତିନିଧି ଭାବରେ ଡାକ୍ତର ସମରେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ କେଦାର ନାଥ ପଣ୍ଡା ଏବଂ ଯୁଗ୍ମ ସମ୍ପାଦକ ଭାବରେ ତାରିଣୀ ପ୍ରସାଦ ନାୟକ ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ନବୀନ କୁମାର ପଟ୍ଟନାୟକ ଏବଂ ରାଜ୍ୟ ପରିଷଦ ସଦସ୍ୟ ସଦସ୍ୟା ଭାବରେ ଶାଖା କର୍ମକର୍ତ୍ତାଙ୍କ ସମେତ ଶ୍ରୀମତୀ ପଦ୍ମିନୀ ମିଶ୍ର,ଭବାନୀ ଶଙ୍କର ପାଣିଗ୍ରାହୀ, ଫାୟାଦୁଲ୍ଲା ଖାନ, କପିଳ ଚନ୍ଦ୍ର ମହାନ୍ତି

ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ଭାବରେ ସୁଶାନ୍ତ କୁମାର ବିଷୋୟୀ, ରାଜେନ୍ଦ୍ର ପୂଜାରୀ, ତ୍ରିନାଥ ନାୟକ, ହାଡ଼ିବନ୍ଧୁ ମାଳି, ବିଘ୍ନେଶ୍ୱର ପାଢୀ, ଶିରୀଶ ପ୍ରସାଦ ମିଶ୍ର, ସୂର୍ଯ୍ୟକାନ୍ତ ପାତ୍ର, ମହମ୍ମଦ ଆସଲାମ୍, ରାଜକିଶୋର ସ୍ବାଇଁ, ଦେବବ୍ରତ ଦେଓ ପ୍ରମୁଖଙ୍କୁ ମନୋନିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଆଲୋଚନାରେ ସତ୍ୟନାରାୟଣ ପାଣିଗ୍ରାହୀ, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ନବୀନ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମିଳନୀର ସଦସ୍ୟତା ବୃଦ୍ଧି ଏବଂ ଏବଂ ସମ୍ମିଳନୀର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଭାଷାରେ ନାମ ଫଳକ ଏବଂ ସରକାରୀ ସ୍ତରରେ ଚିଠିପତ୍ର ଆଦାନ ପ୍ରଦାନ ନିମନ୍ତେ ଶୋଭାଯାତ୍ରା ସଚେତନତା ସୃଷ୍ଟି କରିବା ପାଇଁ ମତପ୍ରକାଶ ପାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଧା ଚରଣ ନାୟକ,‌ କୃଷ୍ଣ ଚରଣ ସିଂହ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ବିଜୟ ଲକ୍ଷ୍ମୀ ମହାପାତ୍ର, କାମାକ୍ଷୀ ପ୍ରସାଦ ପତି, ଅନନ୍ତ ରାମ ପଣ୍ଡା ଅମୀୟ କୁମାର ସାହୁ, ମନୋଜ କୁମାର ପଟ୍ଟନାୟକ, ସୀମାଞ୍ଚଳ ମହାପାତ୍ର, କୃଶେଦ୍ଧ ମହାରଣା, ସମୀର ସାବତଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ। ଶେଷରେ ନବୀନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande