ଭୁବନେଶ୍ୱର, ୨୧ ସେପ୍ଟେମ୍ବର (ହି.ସ.)- ସେପ୍ଟେମ୍ବର ୨୧ରୁ ୨୫ ତାରିଖ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିପାରେ । ଓଡ଼ିଶା ଉପକୂଳ ଓ ବାହାରେ ଏବଂ ଉତର ବଙ୍ଗୋପସାଗରରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ସ୍ଥଳ ବିଶେଷରେ ୬୦ କି.ମି.କୁ ଛୁଇଁପାରେ । ଏଣୁ ଏହି ସମୟରେ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ