ଶିଶୁକୁ ବିଷ ପିଆଇବା ଘଟଣାରେ ଯୁବତୀ ଗିରଫ
ଧର୍ମଶାଳା,୨୧ସେପ୍ଟେମ୍ବର (ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଭବାନୀପୁର ପଂଚାୟତ ଭୁବନ ଗ୍ରାମରେ ଶିଶୁପୁତ୍ରକୁ ବିଷ ପିଆଇଥିବା ଘଟଣାରେ ପୁଲିସ୍ ଜଣେ ଯୁବତୀକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଯୁବତୀ ଭୂବନ ଗ୍ରମର ମଧୁସ୍ମିତା ମହାନ୍ତି(୨୦) ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ, ଗତ ୮ତାରି
ଶିଶୁକୁ ବିଷ ପିଆଇବା ଘଟଣାରେ ଯୁବତୀ ଗିରଫ


ଧର୍ମଶାଳା,୨୧ସେପ୍ଟେମ୍ବର (ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଭବାନୀପୁର ପଂଚାୟତ ଭୁବନ ଗ୍ରାମରେ ଶିଶୁପୁତ୍ରକୁ ବିଷ ପିଆଇଥିବା ଘଟଣାରେ ପୁଲିସ୍ ଜଣେ ଯୁବତୀକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଯୁବତୀ ଭୂବନ ଗ୍ରମର ମଧୁସ୍ମିତା ମହାନ୍ତି(୨୦) ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ, ଗତ ୮ତାରିଖ ସକାଳ ସମୟରେ ଭୁବନ(ବଡ଼ମାଳସାହି) ଗ୍ରାମର ହିମାଂଶୁ ଶେଖର ମହାନ୍ତିଙ୍କ ଦେଢ଼ ବର୍ଷର ପୁଅ ଆଦର୍ଶକୁ ଖେଳାଇବା ପାଇଁ ପଡ଼ୋଶୀ ଦୁଃଶାସନ ମହାନ୍ତିଙ୍କ ଝିଅ ମଧୁସ୍ମିତା ନିଜ ଘରକୁ ନେଇ ଯାଇଥିଲା । କିଛି ସମୟ ପରେ ଆଦର୍ଶକୁ ତାଙ୍କ ଘରେ ଛାଡ଼ି ଦେଇଥିଲା । ଘରେ ପହଁଚିବା ପରେ ଶିଶୁଟି ଅସୁସ୍ଥ ହୋଇ ପଡ଼ିଥିଲା । ପରିବାର ଲୋକ ଶିଶୁକୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ବେଳେ ସେ ବିଷ ପିଇଥିବା ଜଣାପଡ଼ିଥିଲା । ଏ ସଂପର୍କରେ ଶିଶୁର ବାପା ହିମାଂଶୁ ମହାନ୍ତି ଥାନାରେ ଏତଲା ଦେଇଥିଲେ । ପୁଲିସ୍ ୫୬୪/୨୫ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଗତ ୧୮ ତାରିଖରେ ଆଦର୍ଶ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଶୁଶୁଟିକୁ ବିଷ ଦିଆଯାଇଥିବା ଜଣାପଡିଥିଲା । ଏନେଇ ପୁଲେିସ ଘଟଣାର ଅଧିକ ତଦନ୍ତ କରି ବିଷ ପିଆଇଥିବ ଯୁବତୀ ମଧୁସ୍ମିତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande