ଗଞ୍ଜାମ ଜିଲ୍ଲାରେ ମହାଳୟା ଶ୍ରାଦ୍ଧ ଓ ପୋଲରି ଓଷା
ଗଞାମ, ୨୧ ସେପ୍ଟେମ୍ବର (ହି.ସ.) - ଆଜି ପିତୃପକ୍ଷର ଅନ୍ତିମ ଦିବସରେ ଗଞ୍ଜାମ ଜିଲାରେ ଯେଉଁମାନେ ଗତ ୧୪ଦିନ ମଧ୍ୟରେ ମହାଳୟା ଶ୍ରାଦ୍ଧ କରିନାହାନ୍ତି ସେମାନେ ନିଜ ଗୃହରେ କିମ୍ବା ମନ୍ଦିର ରେ ବ୍ରାହ୍ମଣଙ୍କ ଦ୍ୱାରା ପିତୃପୁରୁଷଙ୍କୁ ପିଣ୍ଡଦାନ ଭୋଜ୍ୟ ଅର୍ପଣ କରିଛନ୍ତି। ସନ୍ଧ୍ୟାରେ ଘରେ ଘରେ ମହିଳାମାନେ
ଗଞ୍ଜାମ ଜିଲ୍ଲାରେ ମହାଳୟା ଶ୍ରାଦ୍ଧ ଓ ପୋଲରି ଓଷା


ଗଞାମ, ୨୧ ସେପ୍ଟେମ୍ବର (ହି.ସ.) - ଆଜି ପିତୃପକ୍ଷର ଅନ୍ତିମ ଦିବସରେ ଗଞ୍ଜାମ ଜିଲାରେ ଯେଉଁମାନେ ଗତ ୧୪ଦିନ ମଧ୍ୟରେ ମହାଳୟା ଶ୍ରାଦ୍ଧ କରିନାହାନ୍ତି ସେମାନେ ନିଜ ଗୃହରେ କିମ୍ବା ମନ୍ଦିର ରେ ବ୍ରାହ୍ମଣଙ୍କ ଦ୍ୱାରା ପିତୃପୁରୁଷଙ୍କୁ ପିଣ୍ଡଦାନ ଭୋଜ୍ୟ ଅର୍ପଣ କରିଛନ୍ତି। ସନ୍ଧ୍ୟାରେ ଘରେ ଘରେ ମହିଳାମାନେ ପୋଲରି ଓଷା କରି ଛନ୍ତି। ସାହି ପଡ଼ିଶାରୁ ପିଲାମାନଙ୍କ ଦ୍ୱରା ମାଗିଆଣିଥିବା ଚାଉଳରେ ଆରଦ୍ର,(ଅଟକାଳି). ପିଠା ଓ ତରକାରୀ ପ୍ରସ୍ତୁତ କରି ସନ୍ତାନ ଓ ପରିବାରର ମଙ୍ଗଳ କାମନାକରି ବଜ୍ର କାଳୀଙ୍କ ପୂଜା ଅର୍ଚ୍ଚନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande