ସେବା ପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଠାରେ ଯୁବ ମାରାଥନ
ସୁବର୍ଣ୍ଣପୁର, ୨୧ ସେପ୍ଟେମ୍ବର (ହି.ସ.)- ଆଜି ପୂର୍ବାହ୍ନ ୭ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରାୟ ୫୦୦(ପାଞ୍ଚଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସେବା ପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ
ସେବା ପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଠାରେ ଯୁବ ମାରାଥନ ଅନୁଷ୍ଠିତ।


ସେବା ପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଠାରେ ଯୁବ ମାରାଥନ ଅନୁଷ୍ଠିତ।


ସେବା ପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଠାରେ ଯୁବ ମାରାଥନ ଅନୁଷ୍ଠିତ।


ସୁବର୍ଣ୍ଣପୁର, ୨୧ ସେପ୍ଟେମ୍ବର (ହି.ସ.)- ଆଜି ପୂର୍ବାହ୍ନ ୭ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରାୟ ୫୦୦(ପାଞ୍ଚଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସେବା ପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ ପାଇଁ ଏକ ମାରାଥନ ବା ଗଣଦୌଡ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର, ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା, ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର, ସୁଶ୍ରୀ ଯମୁନା ପ୍ରଧାନ, ସହକାରୀ ଜିଲ୍ଲାପାଳ, ନିଜାରତ ଶାଖା, ସୁବର୍ଣ୍ଣପୁର, ସତ୍ୟବ୍ରତ ସାହୁ, ସହକାରୀ ଜିଲ୍ଲାପାଳ, ଜରୁରୀ ଶାଖା, ସୁବର୍ଣ୍ଣପୁର, ସଂଗ୍ରାମ କେଶରୀ ଜେନା, ସହକାରୀ ଜିଲ୍ଲାପାଳ, ନ୍ୟାୟିକ ଶାଖା, ସୁବର୍ଣ୍ଣପୁର ଶ୍ରୀମତି ଜ୍ୟୋତିର୍ମୟୀ ମଲ୍ଲିକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ, ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ, ଖେଳ ଶିକ୍ଷକ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯୁବ ମାରାଥନ ବା ଗଣଦୌଡକୁ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଦ୍ୱୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଯୁବ ମାରାଥନ ବା ଯୁବ ଗଣ ଦୌଡ ସୋନପୁର ସହରସ୍ଥିତ ରୟାଲ ପଡ଼ିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ନଳିନୀ ଛକ ଦେଇ ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ପ୍ରାଙ୍ଗଣ ବା ପଡିଆ ଠାରେ ପହଞ୍ଚିଥିଲା। ସେଠାରେ ଗଣଦୌଡରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପିଇବା ପାଣି ଓ ଜଳଖିଆ ପ୍ରଦାନ କରାଯିବ ପରେ ଏହି ମାରାଥନ ବା ଗଣଦୌଡକୁ ସମାପ୍ତ ଘୋଷଣା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande