ଧର୍ମଶାଳା,୨୧ସେପ୍ଟେମ୍ବର (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବଜାର ଓ ଏହାର ଆଖପାଖ ଅଂଚଳରେ ଚୋରୀ ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ଦିନ ତଳେ ଥନା ନିକଟରେ ଥିବା ଏକ ଚାହା ଓ ପାନ ଦୋକାନରୁ ଦୁର୍ବୃତମାନେ ବିଭିନ୍ନ ସାମଗ୍ରୀ ଚୋରୀ କରିନେଇଥିବା ବେଳେ ଗତକାଲି ରାତିରେ ଥାନା ନିକଟରେ ଥିବା ଦୁଇଟି ପାନ ଦୋକାନ ଓ ଜଣକର ଘର ଗ୍ରୀଲ ଭାଙ୍ଗି ବାଇକ ଚୋରୀ କରିନେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଚୋରମୁହାଁ ଗ୍ରାମର ଶୀମନ୍ତ ନାୟକ ଥାନା ନିକଟରେ ଏକ ଚାହା ଓ ପାନ ଦୋକାନ କରିଥିବା ବେଳେ ୧୯ ତାରିଖ ରାତିରେ କେହି ଦୁର୍ବୃତ ତାଙ୍କ ଦୋକାନ କବାଟ ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିଲେ । ଗତକାଲି ରାତିରେ ଦୁର୍ବୃତମାନେ ଧର୍ମଶାଳା ବଜାର ନଦିବନ୍ଧ ନିକଟରେ ଥିବା ଦୁଇଟି ଦୋକାନରେ ପଶି ବହୁ ସାମଗ୍ରୀ ଚୋରୀ କରିନେଇଥିବା ।ଭିଯୋଗ ହୋଇଛି । ସେହିପରି ଏଠାରେ ଥିବା ସେକ ନୁର ଅଲ୍ଲିଙ୍କ ଘର ଗେଟ ଭାଙ୍ଗି ତାଙ୍କର ଓଡି-୦୪-ଏନ-୨୭୨୦ ଚିଡି ଡାନ ଡିଲକ୍ସ ଗାଡିକୁ କେଇ ଦୁର୍ବୃତ ଚୋରୀ କରି ନେଇଥିଲେ । ତେବେ ଏନେଇ ନୁର ଥନାରେ ।ଭିଯେଗ କରିଥିଲା ବେଳେ ପୁଲିସ ଘଟଣାର ଅନୁସନ୍ଧାନ କରି ଚୋରୀ ହୋଇଥିବା ବାଇକକୁ ଯାଜପୁର ରୋଡ ପୁଲିସ ଦ୍ୱାରା ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି । ଧର୍ମଶାଳା ଥାନା ନିକଟରେ ଏଭଳି ବାରମ୍ବାର ଚୋରୀ ହେଉଥିବା ବେଳେ ପୁଲିସ ପକ୍ଷରୁ ରାତ୍ର ପେଟ୍ରୋଲିଂକୁ କଡାକଡି କରିବାକୁ ଲୋକେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ