ଡାକ୍ତରଖାନାରୁ ପ୍ରସୂତୀ ମହିଳା ଚଂପଟ
ଧର୍ମଶାଳା,୨୧ସେପ୍ଟେମ୍ବର (ହି.ସ.) - ଯାଜପୁର ଜିଲା ଧର୍ମଶାଳା ଡାକ୍ତରଖାନାରେ ଛୁଆ ଜନ୍ମ କରିଥିବା ଜଣେ ମହିଳା ଡାକ୍ତରଙ୍କ ଅଗୋଚରରେ ଜେନାପୁର ଚଂପଟ ମାରିଥିବା ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ଡାକ୍ତରଖାନା କର୍ତୃପକ୍ଷ ଧର୍ମଶାଳା ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଥି
ଡାକ୍ତରଖାନାରୁ ପ୍ରସୂତୀ ମହିଳା ଚଂପଟ


ଧର୍ମଶାଳା,୨୧ସେପ୍ଟେମ୍ବର (ହି.ସ.) - ଯାଜପୁର ଜିଲା ଧର୍ମଶାଳା ଡାକ୍ତରଖାନାରେ ଛୁଆ ଜନ୍ମ କରିଥିବା ଜଣେ ମହିଳା ଡାକ୍ତରଙ୍କ ଅଗୋଚରରେ ଜେନାପୁର ଚଂପଟ ମାରିଥିବା ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ଡାକ୍ତରଖାନା କର୍ତୃପକ୍ଷ ଧର୍ମଶାଳା ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଥିଲା । ସୂଚନା ଅନୁଯାୟୀ ଜେନାପୁର ଥାନା ଅନ୍ତର୍ଗତ ମହିଶରା ଗ୍ରାମର ଜଣେ ବିଧବା ଗର୍ଭବତୀ ମହିଳା ପ୍ରସୂତୀ ଲାଗି ଧର୍ମଶାଳା ଡାକ୍ତରଖାନାରେ ଭର୍ତୀ କରାଯାଇଥିଲା । ଉକ୍ତ ମହିଳାଙ୍କ ସ୍ୱାମୀ ୩ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ ବିଧବା ମହିଳାଙ୍କ ପୁର୍ବରୁ ୩ଟି ପିଲା ରହିଛନ୍ତି । କିଛିଦିନ ହେଲା ସେ ପିଲାମାନଙ୍କୁ ଶାଶୁ ଘରେ ଛାଡ଼ି ବାପାଙ୍କ ଘରେ ରହୁଥିଲେ । ତେବେ ଗତ ୧୮ତାରିଖରେ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତାଙ୍କ ସାଙ୍ଗରେ କେବଳ ଜଣେ ଛୋଟ ଝିଅ ଆସିଥିଲା । ଶୁକ୍ରବର ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ମା’ ଓ ପିଲାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା । ଆଜି ସକାଳୁ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥାନ୍ତେ । ମାତ୍ର ଏହା ପୂର୍ବରୁ ସେ ଶିଶୁପୁତ୍ରକୁ ନେଇ ଡାକ୍ତରଖାନାରୁ ମାରିଥିବା ଜଣାପଡିଛି । ୍ ତେବେ ମହିଳା ଜଣକ ଲୋକଲଜ୍ୟା ଭୟରେ ଡିସଚାର୍ଜ ପୁର୍ବରୁ ସେ ଡାକ୍ତରଖାନାରୁ ଖସିଯିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଏନେଇ ତା ଶାଶୁଘର ଲୋକ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ତେବେ ଏନେଇ ପୁଲିସ ପକ୍ଷରୁ ଉକ୍ତ ମହିଳାଙ୍କୁ ଠାବ କରାଯାଇପରି ନାହିଁ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande