୩୬ନଂ ଜୋନରେ ବିଜେପି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ
ଧର୍ମଶାଳା,୨୧ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ୩୬ ନଂ ଜୋନ ପକ୍ଷରୁ ଅର୍ଥଙ୍ଗା ପଂଚାୟତସ୍ଥ କ୍ରିପାଳପୁରଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏକ ପେଡ ମା’ କେ ନାମ ଆହ୍ୱାନକୁ ସଫଳ କରାଇବା ପାଇଁ ସହ ୭୫ ତମ ଜନ୍ମ ଦିନକୁ ସ
୩୬ନଂ ଜୋନରେ ବିଜେପି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ


ଧର୍ମଶାଳା,୨୧ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ୩୬ ନଂ ଜୋନ ପକ୍ଷରୁ ଅର୍ଥଙ୍ଗା ପଂଚାୟତସ୍ଥ କ୍ରିପାଳପୁରଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏକ ପେଡ ମା’ କେ ନାମ ଆହ୍ୱାନକୁ ସଫଳ କରାଇବା ପାଇଁ ସହ ୭୫ ତମ ଜନ୍ମ ଦିନକୁ ସ୍ମରଣ କରିବା ପାଇଁ ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ତଥା ବରୀ ବିଜେପିର ଯୁବ ନେତା ବିବେକାନନ୍ଦ ଜେନା ଓ ଦିଶା କମିଟିର ସଦସ୍ୟ ନିଶିଭଦ୍ରା ଜେନା ଓ ଜିଲା ଓବିସି ମୋର୍ଚ୍ଚାର ସଭାପତି ବିବେକ ଗନ୍ତାୟତଙ୍କ ନେତୃତ୍ୱରେ କ୍ରିପାଳପୁରସ୍ଥ ସରକାରୀ ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯିବା ସହିତ ଏହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆ ଯାଇଥିଲା । କାର୍ଯ୍ୟକ୍ରମରେ ବିଜେପିର ଯୁବନେତା ଓ ମହିଳା କର୍ମୀ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande